ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ମହାମାନବ ଲୁଇସ  ବ୍ରେଲିଙ୍କ ଜୟନ୍ତୀ ପାଳିତ       

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଠାରେ ଥିବା ଝାଡେ ଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ ରେ ବ୍ରେଲି ଲିପିର ଉଦ୍ଭାବକ ମହାମାନବ ଲୁଇ ବ୍ରେଲିଙ୍କ ଜନ୍ମ ତିଥି ପାଳିତ ହୋଇଯାଇଛି। ଏଇ ଉତ୍ସବ ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର ଙ୍କର ସଭାପତିତ୍ବ କରିଥିବାର ବେଳେ ମୁଖ୍ୟଅତିଥି ଭାବେ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ର ଅଧ୍ୟକ୍ଷ ତଥା , ବିଶିଷ୍ଟ ଶିକ୍ଷା ବିତ ଅନନ୍ତ ରାମ ସାହୁ,  ଜିଲ୍ଲା ଦିବ୍ୟାଙ୍ଗ ମହାସଂଘର ସଭାପତି ଡାକ୍ତର ପ୍ରକାଶ ଚନ୍ଦ୍ର ରାଣା  ମୁଖ୍ୟବକ୍ତା,ଜିଲ୍ଲା ବଧିର ସଂଘର ପ୍ରତିଷ୍ଠାତା  ପ୍ରକାଶ କୁମାର ତିବାରି , ହରି ଶଙ୍କର ପୁରୋହିତ ସହ ସମ୍ପାଦକ ବିଜୟ ସାହିଗଲ ପ୍ରମୁଖ  ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୁଇସ ବ୍ରେଲିଙ୍କ    ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିବା ସହ ଦୃଷ୍ଟି ବଧିତ ଦିଵ୍ୟାଙ୍ଗ ଶିଶୁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପରିଚିଲିତ  ହେଇପାରବେ  ସେଥିପାଇଁ   ସମସ୍ତ ସହଯୋଗ କରିବାକୁ  ମନ୍ତବ୍ୟ ରଖିଥିଲେ। ସ୍କୁଲର ଅଧକ୍ଷା ମମତା ଦାଶ ପ୍ରାରମ୍ଭିକ ସୂଚନା ଦେବା ସହିତ ସ୍ବାଗତ ଭାଷଣ  ଦେଇଥିଲେ, ସାତ ଜଣ ଦୃଷ୍ଟି ବାଧିତ ପିଲାଙ୍କ  ମାତା ପିତା ତଥା ଶିଶୁଙ୍କୁ ଉନିଭର୍ସାଲ ବ୍ରେଲି ଉପକରଣ, ବ୍ରେଲି ବହି, ଦୃଷ୍ଟି ବଧିତ ପାଇଁ ଊର୍ଦ୍ଧିଷ୍ଟ ଧଳା ବାଡ଼ି, ଓଡ଼ିଆ ବ୍ରେଲି କେଲେଣ୍ଡର ପ୍ରଭୁତି  ବଣ୍ଟନ କରାଯାଇ ଥିଲା। ବ୍ରେଲି ଉପକରଣ  ଓଡିଶା ଦୃଷ୍ଟି ବାଧିତ ଫାଉଣ୍ଡେସନ, ବ୍ରହ୍ମପୁର ତରଫରୁ ସହଯୋଗ କରିଥିବା ବେଳ, ଏଥିରେ ଉପେନ୍ଦ୍ର ଭଇଁସା, ସୁଲୋଚନା ସାହୁ, ସୁରେନ୍ଦ୍ର ମହାନନ୍ଦ,କାନ୍ତା ନାଏକ ପ୍ରମୁଖ ଉପସ୍ଥିତ ରହି କରି ସହଯୋଗ କରିଥିଲେ। କୋବିଡ଼ କଟକଣାକୁ ଦୃଷ୍ଟି ରେ ରଖି ନିରାଡ଼ମ୍ବର ଭାବେ ଅଳ୍ପ କର୍ମକର୍ତ୍ତା ନେଇ  କରାଯାଇଥିବା ବେଳକେ ସ୍ବତନ୍ତ୍ର ପ୍ରଶିକ୍ଷିକା ନମିତା ନାଥ  ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.