ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ଉପଲବ୍ଧ ହେବ କୋରୋନା ଟୀକା :ସ୍ବାସ୍ଥ୍ୟମନ୍ତ୍ରୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଓଡ଼ିଶାର ଲୋକଙ୍କୁ କୋଭିଡ ପ୍ରତିଷେଧକ ଟୀକା ପାଇଁ ଘାଣ୍ଟି ହେବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର ରାଜ୍ୟରେ ଏହା ଉପଲବ୍ଧ ହେବ। ଆସନ୍ତା ଜାନୁୟାରୀ ୩୦ ବା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟୀକା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। 

ତେବେ ଏହି ଟୀକା ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ ଦିଆଯିବ । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି। ଜିଲ୍ଲାସ୍ତରରେ ମଧ୍ୟ ଶୀତଳଭଣ୍ଡାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଗତ ୨ ତାରିଖରେ ରାଜ୍ୟ ରାଜଧାନୀ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହୋଇଥିଲା । ଏଥିରେ ୨୫ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଦେଶରେ ଜରୁରୀକାଳୀନ ଅନୁମତି ପାଇଁ ଡିସିଜିଆଇ ୨ଟି ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡ ଓ ଏଷ୍ଟ୍ରାଜେନକାର କୋଭିସିଲଡ଼ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ଲାଗି ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପରେ ଆହୁରି ଅଧିକ ପ୍ରସ୍ତୁତ ହେବ। କେନ୍ଦ୍ର ଟିକା ଦେବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.