ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦିବାକର ତ୍ରିପାଠୀଙ୍କ  ପରଲୋକ 

0

ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) ପୁରୀ ସହରର ଜଣାଶୁଣା ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଦିବାକର ତ୍ରିପାଠୀଙ୍କ ଆଉ ନାହାନ୍ତି | ସମସ୍ତଙ୍କ ପ୍ରିୟ ତଥା ସମ୍ମାନାସ୍ପଦ “ଦିବାକର ସାର” ଭାବେ ପରିଚିତ ଶ୍ରୀ ତ୍ରିପାଠୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ୮୫  ବର୍ଷ ହୋଇଥିଲା ।

ପୁରୀ ସହରର ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଭାବେ ପରିଚିତ ଶ୍ରୀ ତ୍ରିପାଠୀ ଶିକ୍ଷକତାରୁ ଅବସର ନେବା ପରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ । ପୁରୀ ରାମକୃଷ୍ଣ ମିଶନ, ପୁରୀ ବିକାଶ ପରିଷଦ, ପୁରୀ ପୁସ୍ତକ ମେଳା ସମେତ ବହୁ ଅନୁଷ୍ଠାନରର ସଭ୍ୟ ସହ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ମେମ୍ବର, ଟେଷ୍ଟ ବୁକ୍ ଲେଖକ, ଅନେକ ସ୍କୁଲ ପରିଚାଳନା କମିଟିରେ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ପୁରୀ ବିଧାୟକଙ୍କ ସମେତ ବହୁ ଅନୁଷ୍ଠାନର ସଭ୍ୟସଭ୍ୟା ତଥା ତାଙ୍କ ଛାତ୍ରମାନେ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।

ସ୍ୱର୍ଗଦ୍ୱାରଠାରେ ସ୍ବର୍ଗତ ତ୍ରିପାଠୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ  ବଡ ପୁଅ ବିଭୁପ୍ରସାଦ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ତ୍ରିପାଠୀଙ୍କ ବଡପୁଅ ବିଭୂପ୍ରସାଦ ତ୍ରିପାଠୀ ରାଜ୍ୟର ଜଣେ ସ୍ୱନାମଧନ୍ୟ ଆଡଭୋକେଟ ଭାବେ ପରିଚିତ ଥିବା ବେଳେ ବଡ ଝିଅ ଡ଼ ରାଜଶ୍ରୀ ତ୍ରିପାଠୀ ସମ ବିଶ୍ୱ ବିଦ୍ୟାଳୟରେ ଭେଷଜ ବିଜ୍ଞାନ ବିଭାଗ ପ୍ରଫେସର, ମଝିଆ ଝିଅ ଜୟଶ୍ରୀ ତ୍ରିପାଠୀ ରାଜ୍ୟ ସରକାରରେ ଅତିରିକ୍ତ ଶାସନ ସଚିବ ଭାବେ ସାନପୁଅ ପ୍ରଜ୍ଞାନନ୍ଦ ତ୍ରିପାଠୀ ବାଙ୍ଗାଲୋର ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସାନ ଝିଅ ପ୍ରଜ୍ଞାଶ୍ରୀ ଆମେରିକାରେ ଅବସ୍ଥାପିତ | 

Leave A Reply

Your email address will not be published.