ବାବା ଲୋକନାଥେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଟି ଗାଁ ଚମ୍ପିୟାନ

0

ବାବା ଲୋକନାଥେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଟି ଗାଁ ଚମ୍ପିୟାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଇଁପୁର ଠାରେ ୮ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବାବା ଲୋକନାଥେଶ୍ୱର କ୍ରିକେଟ ଦଳ ଆୟୋଜନରେ ଓ ଡାଳିମ୍ବ ଦୁଃଖାନନ୍ଦ ଫକୀର ମୋହନ ବଡକୁମର ପାଠାଗାରର ସହଯୋଗରେ ଦୁଃଖାନନ୍ଦ ଫକୀର ମୋହନ ବଡକୁମର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚର ଫାଇନାଲ ମ୍ୟାଚରେ ଲଟି ଗାଁ ବିଜୟ ଲାଭ କରି ଚମ୍ପିୟାନ ହୋଇଛି।

ଲଟି ଗାଁ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଅଭରରେ ୧୦୮ ରନ୍ କରିଥିବା ବେଳେ ଲାଣ୍ଡୁ ସାହି ଦଳ ୯୫ ରନ୍ କରି ଅଲଅଉଟ ହୋଇଥିଲା।

ଏହି ଅବସରରେ ଉଦଯାପନୀ ଦିବସରେ ସରପଞ୍ଚ କୈଳାସ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏକ୍ସ ଆରମୀ କ୍ୟାପ୍ଟନ ସୁବାସ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ମ୍ୟାନ୍ ଅଫ ଦା ମ୍ୟାଚ ଅନିଲ କୁମାର , ମ୍ୟାନ୍ ଅଫ ଦା ସିରିଜ ଆମୁଷ ପାଇଥିଲେ। ଏହି ଅବସରରେ ମ୍ୟାନେଜମେଣ୍ଟ ତରଫରୁ ତନ୍ମଇ , ବାଦଲ , ସାଗର , ସୋନୁ , ପିଣ୍ଡୁ , ରାଜା , ବଳିଆ , ସୋମନାଥଙ୍କ ସମେତ ଡାଳମ୍ବ ଦୁଃଖାନନ୍ଦ ଫକୀର ମୋହନ ପାଠାଗାରର ସଭାପତି ପ୍ରତିଷ୍ଠାତା କୁଞ୍ଜ ବିହାରୀ ବଡ କୁମର ସହଯୋଗ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave A Reply

Your email address will not be published.