ୱାନ୍ ଷ୍ଟପ ସେଣ୍ଟର (ସଖୀ)ର ତ୍ରୈମାସିକ ସମୀକ୍ଷା ବୈଠକ।

0

ଝାରସୁଗୁଡ଼ା : (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ୱାନ ଷ୍ଟପ ସେଣ୍ଟର (ସଖୀ) ର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। 

କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ୍ ସ୍ବାଗତ ଭାଷଣ ଦେବା ସହ ସଭାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ସଖୀ କେନ୍ଦ୍ରକୁ ପରିଚାଳନା କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେହେଡ଼ା”ର ନିର୍ଦ୍ଦେଶିକା ଆନନ୍ଦିନି ପାଢ଼ୀ ୱାନ ଷ୍ଟପ ସେଣ୍ଟର (ସଖୀ) ର ଉଦ୍ଦେଶ୍ୟ ଓ ସଫଳତା ବିଷୟରେ ଅବଗତ କରାଇଥିଲେ। ୭ ନଭେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୪୮ଟି କେସକୁ ସଫଳତାର ସହ ମହିଳାଙ୍କୁ ସହାୟତା ଯୋଗା ଯାଇଛି ବୋଲି ସେ ଜଣାଇଥିଲେ। ଆଜି ପର୍ଯ୍ୟନ୍ତ ୧୦୧ଟି ଘରୋଇ ହିଂସା ଘଟଣା, ୧୩ଟି ଦୁଷ୍କର୍ମ ଘଟଣା, ୨ଟି ଶିଶୁ ଦୁଷ୍କର୍ମ ଘଟଣା, ୭ଟି ଅପହରଣ ଓ ୨୫ଟି ଅନ୍ୟାନ୍ୟ ଘଟଣାରେ ଆଇନଗତ ସହାୟତା, ପୋଲିସ ସହାୟତା, ପରାମର୍ଶ ସହାୟତା ତଥା ଆଶ୍ରୟ ସହାୟତା ପ୍ରଦାନ କରିବାରେ ସହାୟକ ହୋଇ ପାରିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫୬ଟି ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏହି କେନ୍ଦ୍ରର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ କହିଥିଲେ ଯେ ହିଂସାର ଶୀକାର ହେଉଥିବା ମହିଳାଙ୍କ ପାଇଁ ଏହି କେନ୍ଦ୍ର ଉତ୍କୃଷ୍ଟ ଭୂମିକା ଗ୍ରହଣ କରିଛି। 

 ସଭାରେ ସଖୀ ଟାସ୍କ ଫୋର୍ସ କମିଟିର ସଭ୍ୟ ତଥା ଜିଲ୍ଲା ବାର ଏସୋସିଏସନର ସଭାପତି ଶ୍ରୀ ତ୍ରିନାଥ ଗୁଆଲ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରୀଶ ରଥ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର କର୍ମୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ବରିଷ୍ଠ ଆଇନଜୀବୀ ବି. ନାଗେଶ୍ବରୀ, ମହିଳା ସୁରକ୍ଷା ଅଧିକାରୀ ବୃନ୍ଦାବତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହେଡ଼ା ଅନୁଷ୍ଠାନର ପ୍ରକଳ୍ପ ମୂଖ୍ୟ ଆଶିଷ କୁମାର ପଣ୍ଡା,ସଖୀର କେନ୍ଦ୍ର ପ୍ରଶାସିକା ମଧୁସ୍ମିତା ବରାଳ, କେସ୍ ୱାର୍କର ବନ୍ଦନା ପଣ୍ଡା, ସ୍ବାସ୍ଥ୍ୟ ସହାୟିକା ସୁନୀତା ଭଇଁସା ଓ ରାକା ପଶାୟତ କାର୍ଯ୍ୟକ୍ରମର ଆୟୋଜନରେ ସହାୟତା କରିଥିଲେ।

Leave A Reply

Your email address will not be published.