କୁଟୁରାଚୁଆଁ ରେ ବୀରତା ଦିବସ ପାଳିତ I

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ଗ୍ରାମ  ସଭା କକ୍ଷ ରେ ବୀରତା ଦିବସ ପାଳିତ ହୋଇଯାଇଛି l ସ୍ୱେଚ୍ଛାସେବୀ ସୁଶ୍ରୀ ବର୍ଷା ଦେହୁରୀ ଙ୍କ ସଂଯୋଜକରେ ଆୟୋଜିତ ଏଇ ଉତ୍ସବରେ ସମାଜ ସେବୀ ସୁଭାଷ ଚନ୍ଦ୍ର ନାୟକ ଯୋଗ ଦେଇ ଘେଁସ ଜମିଦାର ସ୍ଵାଧୀନତା ସଂଗ୍ରାମୀ ମାଧୋ ସିଂ ଙ୍କ ତୈଳଚିତ୍ର  ରେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ I ମାୟାଧର ଦେହୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସରଗମ ଭଞ୍ଜ, ଟିଙ୍କୁ ରାୟ,ମିତା ଦେହୁରୀ,କିରଣ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଶେଷରେ ପ୍ରିୟା ଭଇଁସା ଧନ୍ୟବାଦ  ଜଣାଇଥିଲେ I

           

Leave A Reply

Your email address will not be published.