ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କର ମୃତ୍ୟୁ

0

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରଞ୍ଜିତପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯରତ ଶିକ୍ଷକ ଶ୍ରୀ ଥବିର ମେହେର (୪୨) ଙ୍କର ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ପାଇକମାଲ ବିଦ୍ୟୁତ  ଗ୍ରୀଡ଼ ସମ୍ମୁଖରେ ନିଜର ବାଇକର ଭାରସାମ୍ୟ ହରାଇବା ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ପ୍ରଥମେ ତାଙ୍କୁ ପାଇକମାଲ ସରକାରୀ ଡାକ୍ତରଖାନାକୁ ଅଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ରେଫର କରାଯାଇଥିଲା । ପଦ୍ମପୁର ପହଂଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ଥବିରଙ୍କର ସ୍ତ୍ରୀ ମଧ୍ୟ୍ୟ ସେହି ସ୍କୁଲ ରେ ଶିକ୍ଷକତା କରନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ନବବର୍ଷ ର ପୂର୍ବରାତ୍ରୀ ର ଏହି ମର୍ମନ୍ତୁଦ ଘଟଣା ଶିକ୍ଷକମାନଙ୍କର ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଶ୍ରୀ ମେହେରଙ୍କ ବିୟୋଗ ଘଟଣା ଏ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.