ସୋହେଲା ବ୍ଲକ କଳାକାର ସଙ୍ଘର ସାଧାରଣ ବୈଠକ

0

ବରଗଡ :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ବ୍ଲକ୍ କଳାକାର ସଂଘ ତରଫରୁ ସୋହେଲା ପଂଚାୟତ ସମିତି ଠାରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଶ୍ରୀ ସୁଶାନ୍ତ ସିଂହଙ୍କ ଅନୁପସ୍ଥିତିରେ ସମ୍ମାନିତ ଅତିଥି ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଦ୍ଧନ ବରିହା, ସମାଜସେବୀ ଶ୍ରୀ ସୁବ୍ରତ ସିଂହ, ବିଡିଓ ଶ୍ରୀ ବିଶ୍ବରଂଜନ କର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ପଟେଲ,WEO ଶ୍ରୀ ଅତିଶ୍ କୁମାର ଭୋଇ ଓ ବ୍ୟଙ୍ଗ କବି ଶ୍ରୀ ନୀତିଶ ଆଚାର୍ଯ୍ୟ ପ୍ରମୁଖ କଳାକାର ବୃନ୍ଦ ଉପସ୍ଥିତ ଥିଲେ।

ପ୍ରଥମ କରି ସୋହେଲା ବ୍ଲକ କଳାକାର ସଂଘର ନୂତନ ଗଠିତ ବ୍ଲକ ସଭାପତି ଶ୍ରୀ ଚିନ୍ତାମଣି ଚୌହାନ,ସମ୍ପାଦକ କିଶୋର ଗଡତିଆ, ସହ- ସମ୍ପାଦକ ଶ୍ରୀ ଜନେକ କଅଁର, କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ ପାଣିଗ୍ରାହୀ,ତିନି ଜଣିଆ ଉପଦେଷ୍ଟା ମଣ୍ଡଳୀ ରେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ସମାଜସେବୀ ଶ୍ରୀ ସୁବ୍ରତ ସିଂହ ଓ ଶିକ୍ଷାବିତ ଶ୍ରୀ ଅଗସ୍ତି ଭୋଇ ତଥା ବିଭିନ୍ନ ପଦବୀରେ ଅନେକ କଳାକାର ମନୋନୀତ ହୋଇଛନ୍ତି।ଏଥିରେ ବ୍ଲକ୍ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.