ପାଞ୍ଚଟି ଗୋଡ ସହିତ ଅଦ୍ଭୂତ ବାଛୁରୀ ଛୁଆ ଜନ୍ମ

0

ବାରିପଦା:ଦିଲ୍ଲୀପ ମହାନ୍ତି- ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ(ହେଁସଡା) ଗ୍ରାମର ବୁଢାନ ମାଝୀଙ୍କ ଘରେ ଏକ ଅଦ୍ଭୂତ ବାଛୁରୀ ଛୁଆ ଜନ୍ମଗ୍ରହଣ କରିଛି।

ମଙ୍ଗଳବାର ରାତିରେ ଜନ୍ମ ହୋଇଥିବା ବାଛୁରୀଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ସାଧାରଣ ପଶୁ’ଙ୍କ ପରି ଚାରଟି ଗୋଡ ରହିଥିବାବେଳେ ବାଛୁରୀ ପିଠିରେ ମଧ୍ୟ ଅନ୍ୟ ଗୋଟିଏ ଗୋଡ ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ଭଗବାନଙ୍କ ଚମତ୍କାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ମହାଦେବଙ୍କ ଆବିର୍ଭାବ ହୋଇଥିବା ବିଶ୍ବାସ କରି ଆଖପାଖ ଅଞ୍ଚଳର ଲୋକଙ୍କ ବାଛୁରୀଟିକୁ ଦେଖିବାକୁ ଭିଡ ଜମାଇଛନ୍ତି। ତେବେ ବାଛୁରୀ ଟି ପ୍ରାପ୍ତ ବୟସ୍କ ହେଲାପରେ ତାକୁ ବନ୍ଧନରେ ନରଖି ପ୍ରକୃତି ଉପରେ ସ୍ବଚ୍ଛନ୍ଦରେ ବିତରଣ କରିବାକୁ ଛାଡି ଦିଆଯିବ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.