ରେଙ୍ଗାଲି ବିଧାୟକ ବ୍ୟବହାର ଦେଇ ନଜାଣିଲେ ପରିସ୍ଥିତି ଭୟଙ୍କର ହେବ:-ବିଜେଡି

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଗତ ୨୮ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଙ୍ଗାଲି ବ୍ଲକ ଅଫିସ ସମ୍ମୁଖରେ ପ୍ରଧାନ ମନ୍ତ୍ରୀ/ବିଜୁ ଆବାସ ଯୋଜନା ସମ୍ବନ୍ଧେ ଘେରାଉ କରାଯାଇଥିଲା।ଉକ୍ତ ବିକ୍ଷୋଭ ସମୟରେ ସ୍ଥାନୀୟ ବିଧାୟକ ଯେଉଁ ପ୍ରକାର ମିଥ୍ୟା ଓ ବିଭ୍ରାନ୍ତିକାର ବକ୍ତବ୍ୟ ଗଣମାଧ୍ୟମ ଏବଂ ଲୋକମାନଙ୍କ ସମ୍ମୁଖରେ କହିଥିଲେ ତାକୁ ବିଜେଡି ରେଙ୍ଗାଲି, ଧନକଉଡା ଓ ମାନେଶ୍ଵର ବ୍ଳକର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯାଇ ଏକ ସ୍ମାରକପତ୍ର ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ବୁଧବାର ପ୍ରଦାନ କରିଥିଲେ।ବିଜେଡି କର୍ମୀମାନେ ରେଙ୍ଗାଲି ବିଧାୟକ ଅଶ୍ଳୀଳ ଭାଷା ପ୍ରଯୋଗ କରିବା ଏବଂ ମାଡ ମାରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରବର୍ତ୍ତାଇବାରୁ ନିବୃତ୍ତ ନରହିରେ ପରିସ୍ଥିତି ଭୟଙ୍କର ହେବା ସାଙ୍ଗକୁ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ବିଧାୟକ ନାଉରୀ ନାୟକ ଦାୟୀ ରହିବେ ବୋଲି ବିଜେଡି କର୍ମକର୍ତ୍ତା ଦୃଢ ପ୍ରତିବାଦ ସହ ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ ବିଜେଡି ରେଙ୍ଗାଲି ବ୍ଲକ ସଭାପତି ଅଶୋକ କୁମାର ଗୁରୁ,ଧନକଉଡା ବ୍ଲକ ସଭାପତି ଯତୀନ୍ଦ୍ର ସାହୁ,ଇଂ ଗାନ୍ଧୀ ବେହେରା,ଶେଷଦେବ ପଧାନ,ସତ୍ୟନାରାୟଣ ଅଗ୍ରୱାଲ, ମୋତିଲାଲ ତନ୍ତୀ,କିରଣ ବେହେରା ,ମାନେଶ୍ଵର ବ୍ଲକ ସଭାପତି ନରେଶ ଡକୁଆ, ,ମହେନ୍ଦ୍ର ଓରାମଙ୍କ ସହ ଶତାଧିକ ବିଜେଡି କର୍ମୀ ବିକ୍ଷୋଭରେ ଯୋଗଦେଇଥିଲେ।

 

Leave A Reply

Your email address will not be published.