ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁ ପକ୍କା ଘର ପୋଷ୍ଟରକୁ ନେଇ ପ୍ରତିବାଦ, ରାଜ୍ୟ ସରକାର ବିରୋଧରେ ଏତାଲା ।

0 1

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ସ୍ଥାନରେ ବିଜୁପକ୍କା ଘର ପୋଷ୍ଟର ଲଗାଯିବାକୁ ନେଇ ବିଜେପି ପକ୍ଷରୁ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟରେ ଆଗରେ ବିଜେପ କର୍ମକର୍ତ୍ତାମାନେ ଏହାର ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ  କରିବା ସହ ଏଭଳି ପୋଷ୍ଟର ଓ ନିଦ୍ଦେର୍ଶନାମା ପତ୍ର ନକଳକୁ ଚିରିଥିବା ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଯୋଜନାକୁ ଏହା ରାଜ୍ୟର  ଦର୍ଶାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ନେଇ ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଥିଲେ । ଏନେଇ ବିଡିଓ ମୋତିଲାଲ୍ ସୁଲିଆ ଙ୍କ ସମ୍ମୁଖରେ ବିଜୁ ପକ୍କା ଘର ପୋଷ୍ଟରକୁ ଚିରି ଫୋଫାଡିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ବିରୋଧରେ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।ଏଥିରେ ବିଜେପ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କିଶୋର ହୋତା, ଜିଲ୍ଲା ଉପସଭାପତି ସତ୍ଯବ୍ରତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ନଳିନୀ ପଣ୍ଡା, ଆଇ ଟି ସେଲ୍ କୋଡିନେଟର ବେଣୁଧର ଦାସ, ରଘୁବୀର ପାଣିଗ୍ରାହୀ, ଏକଲବ୍ଯ ବେହେରା, ସୁମନ୍ତ ଜଗଦଲା, ରମେଶ ପଣ୍ଡା, ଗୌର ଜଗଦଲା, ଶିବନାରାୟଣ ପଣ୍ଡାଙ୍କ ସହ ବହୁ ବିଜେପି  କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.