ଦେବାଂଶୀ ନୃତ୍ୟାନୁଷ୍ଠାନ  ସାଂସ୍କୃତିକ ଆନ୍ଦୋଳନର ବାହକ ହେଉ-ମନ୍ତ୍ରୀ ରଘୁନନ୍ଦନ ଦାସ 

0

ସପ୍ତଶଯ୍ୟା ଉତ୍ସବ-୨୦୨୦ ଉଦ୍ଘାଟିତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ  ଦେବାଂଶୀ ଡ୍ୟାନ୍ସ ଏକାଡେମୀର ଭୁବନେଶ୍ୱର ଶାଖା  ତରଫରୁ ସପ୍ତଶଯ୍ୟା ଉତ୍ସବ-୨୦୨୦ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସୁର୍ ଭାଇବ୍ରେସନ ଷ୍ଟୁଡିଓ,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ  ଏହି ଉସôବ  ଡିସେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ  ହେବ ।  ଆଜି ପୂର୍ବାହ୍ନରେ ଏଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ  ଉଦ୍ଘାଟନ କରିଥିଲେ । 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ମନୋରମ ସ୍ଥଳ ସପ୍ତଶଯ୍ୟା ପର୍ଯ୍ୟଟନ ଦୃଷ୍ଟିରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରତିବର୍ଷ ସପ୍ତଶଯ୍ୟାଠାରେ ଅନୁଷ୍ଠିତ  ହୋଇଆସୁଥିବା  ଏହି ଉତ୍ସବ, କୋଭିଡ୍ କଟକଣା ସ୍ଥିତିରେ ଏ ବର୍ଷ ସେଠାରେ କରାଯାଇପାରୁନଥିଲେ ମଧ୍ୟ ଭୁବନେଶ୍ୱରରୁ  ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଦେବାଂଶୀ ଅନୁଷ୍ଠାନ  ତରଫରୁ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯେପରି ଉଦ୍ୟମ କରାଯାଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ରତିଭା ଅନ୍ୱେଷଣ ଓ ସେମାନଙ୍କର କଳା ନୈପୁଣ୍ୟ  ପ୍ରଦର୍ଶନ କରିବା ନିମନ୍ତେ ନୃତ୍ୟ ଓ  ସଂଗୀତ ଶିଳ୍ପୀମାନଙ୍କୁ ସୁଯୋଗ ଦେଇ ଏହି ଅନୁଷ୍ଠାନ ଯେପରି ଓଡିଶାର କଳା, ସଂସ୍କୃତିର ଗର୍ବ ଓ ଗୌରବକୁ ସାଉଁଟିଛନ୍ତି, ଏହି ଅନୁଷ୍ଠାନ  ଓଡିଶାରେ ସାଂସ୍କୃତିକ ଆନ୍ଦୋଳନର ବାର୍ତାବହ ହେଉ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଉତ୍ସବରେ ଜୀବନବ୍ୟାପୀ ସଂଗୀତ ସାଧନା ପାଇଁ ଗୁରୁ ଡଃ. ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁଷ୍ଠାନ  ତରଫରୁ  ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ସପ୍ତଶଯ୍ୟା ସମ୍ମାନଏବଂ  ଜୀବନବ୍ୟାପୀ ଅଭିନୟ ପାଇଁ ପ୍ରଶାନ୍ତ ନନ୍ଦ  ସମ୍ବର୍ଦ୍ଧିତ ଘୋଷଣା କରାଯାଇଥିଲା । ବୟସାଧିକ ଯୋଗୁଁ ଗୁରୁ ଶ୍ରୀ ରାଉତ ଉତ୍ସବକୁ ଆସିନପାରି  ତାଙ୍କୁ ଏହି ସମ୍ମାନ ପ୍ରଦାନ  ପରିପ୍ରେକ୍ଷୀରେ  ଶୁଭେଚ୍ଛା ବାର୍ତା ରଖିଥିଲେ ।  ଶ୍ରୀ ନନ୍ଦ ମଧ୍ୟ ତାଙ୍କର ଅସୁସ୍ଥତା କାରଣରୁ ଆସିପାରିନଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ନିର୍ଦ୍ଦେଶକ ସଂସ୍କୃତି ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ,ଓଡିଶା  ସୁଶିଲ କୁମାର ଦାସ, ନାଲକୋର  ଜେନେରାଲ ମ୍ୟାନେଜର ( କର୍ପୋରେଟ୍ କମ୍ୟୁନିକେସନ) ଆଶୁତୋଷ ରଥ,  ଆଦିତ୍ୟବାହିନୀ, ଗୋବର୍ଦ୍ଧନ ମଠ, ପୁରୀର ନ୍ୟାସନାଲ ସେକ୍ରେଟାରୀ ଜେନେରାଲ  ମାତୃପ୍ରସାଦ ମିଶ୍ର, ଜଣାଶୁଣା ସମାଜସେବୀ-ପରିଚୟ ଫାଉଣ୍ଡେସନ ଡଃ. ରୋଜାଲିନ୍ ପାଟଶାଣୀ, ବିଜୁ ଯୁବ ଜନତାଦଳର ବରିଷ୍ଠ  ଉପ ସଭାନେତ୍ରୀ ତଥା ରାଜ୍ୟ ସାଂସ୍କୃତିକ ସମନ୍ୱୟ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ପରିଡା,ନ୍ୟୁଟ୍ରି ମାକ୍ସର ନିର୍ଦ୍ଦେଶକ  ଜ୍ୟୋତିର୍ମୟ ପରିଜା, ସାମାଜସେବୀ ସ୍ୱାଧୀନା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ତଥା ଦେବାଂଶୀ ନୃତ୍ୟାନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ଜୟଶ୍ରୀ ଧଳ ପ୍ରାରମ୍ଭିକ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର  ପ୍ରତିଷ୍ଠାତା  ଗୁରୁ ଗୌରୀ ଶଙ୍କର ଦାଶଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ ।ଡଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  

Leave A Reply

Your email address will not be published.