ଝାରସୁଗୁଡ଼ା :(ସୁଭାଷ ସହାରେ): ବ୍ରଜରାଜନଗରଠାରେ ଏକ ଶୀତକାଳୀନ ରାତ୍ରିରେ ଗୂହହୀନ ଲୋକଙ୍କ ପାଇଁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ବ୍ରଜରାଜନଗର ପୌରାଞ୍ଚଳର ମୂଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରି ଏକ ଦାବିପତ୍ର ଆଜି ଝାରସୁଗୁଡ଼ା ବିକାଶ ମଞ୍ଚ ଦେଇଛନ୍ତି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ ସୁପ୍ରିମକୋର୍ଟର ନିର୍ଦ୍ଦେଶାନୁଯାୟୀ ଏହିପରି ଅସ୍ଥାୟୀ ଶିବିର ସମସ୍ତ ରାଜ୍ୟ ନିଜ ଅଞ୍ଚଳରେ ନିର୍ମାଣ କରିବେ। ମାତ୍ର ଏପର୍ଯ୍ୟନ୍ତ ବ୍ରଜରାଜନଗର ଅଞ୍ଚଳରେ ଏପରି ଏକ ଆଶ୍ରୟସ୍ଥଳ ନିର୍ମାଣ ହୋଇନାହିଁ। ଏପରି ଏକ ଆଶ୍ରୟସ୍ଥଳ ନିର୍ମାଣ କଲେ ଅନେକ ଗୃହହୀନ, ବିଧବା ମହିଳା, ଭିକ୍ଷା କରି ଚଳୁଥିବା ଲୋକେ ଉପକୃତ ହୋଇପାରିବେ ବୋଲି ମଞ୍ଚର ସଭାପତି ବିକାଶ କୁମାର ସୋନୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.