ପଦ୍ମପୁର:ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବୁଧାପାଲି ଦଳ କୁଧରେନପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ମହୁଲପାଲି ଦଳ ସରଗାଡ଼ ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ବୁଧାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୩ ଉଇକେଟ ହରାଇ ୧୨୬ ସଂଗ୍ରହ କରିଥିଲେ। ଏହାର ଜବାବରେ ମହୁଲପାଲି ୧୦ ଓଭରରେ ୨ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। । ମ୍ୟାଚ ଶେଷରେ କିଶୋର ପାତ୍ର, ନରେନ୍ଦ୍ର ପ୍ରଧାନ ଓ ମନିଷ ସାର ଅତିଥି ରୂପେ ଯୋଗଦେଇ ମହୁଲପାଲି ଦଳର ପ୍ରଶାନ୍ତଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ପ୍ରଦୀପ ଓ ପ୍ରତାପ ଅମ୍ପାୟାରିଂ, ସ୍ବରାଜ ଓ ଲଲିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୁନୀଲ ଓ ଦିଲୀପ ଧାରାବିବରଣୀ ପ୍ରଦାନ କରିଥିଲେ। ଅଙ୍କିତ, ଆଲୋକ, ବାଦଲ, ଅରବିନ୍ଦ, ନିଖିଲ ଓ ସିଦ୍ଧୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post