ଗଛରୁ ପଡ଼ି ନାବାଳକ ମୃତ l 

0

କାଲିମେଳା(ବି ଶ୍ରୀନିବାସ  ପାତ୍ର): ବରକୋଳି ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର  ବେହେରାଗୁଡ଼ା ଗ୍ରାମରେ । ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ ବର୍ଷର ପୁଅ ସୁମନ ବେହେରା। ସୁମନ ନିଜ ସାଙ୍ଗମାନଙ୍କ ସହ ଗାଁ ନିକଟ ଏକ ବରକୋଳି ଗଛ ଉପରେ ଚଢ଼ି କୋଳି ଖାଉଥିଲା ଦୁଇ ଜଣ ସାଙ୍ଗ ଗଛରେ ଚଡ଼ି ଥିବାବେଳେ ସୁମନ ଅସାବଧାନତା ବଶତଃ ତଳକୁ ଖସି ପଡ଼ିଥିଲା। ଘଟଣାଟି ଗାଁ ଠାରୁ ୧ କିମି ଦୂରରେ ଆଜି ସକାଳ ୭ଘଟିକା ସମୟରେ ଘଟିଥିଲା । ପରିବାର ଲୋକ ଜମିକୁ ଧାନ କାଟିବାକୁ ଚାଲି ଯାଇଥିବାରୁ ଗାଁ ଲୋକେ ସୁମନର ମା ବାପାଙ୍କୁ  ଡାକିଆଣିଥିଲେ ଓ ଆମ୍ବୁଲାନ୍ସ ଡକାଇ ଥିଲେ ।  

 ଗାଁ ଲୋକେ କହିବା ଅନୁଯାୟୀ ଆମ୍ବୁଲାନ୍ସ ୧ଘଣ୍ଟା ବିଳମ୍ବ ରେ ପହଁଚି ଥିଲା ଯା ଫଳରେ ସୁମନକୁ ମେଡିକାଲ ଆଣିବାରେ ବିଳମ୍ବ ହୋଇଥିଲା। ପରେ କାଲିମେଳା ମେଡିକାଲକୁ ଦିନ ୧୧ ଟାରେ ଆଣିବା ବେଲକୁ ସୁମନର ମୃତ୍ୟୁ ହୋଇ ଯାଇଥିଲା। ସୁମନ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଡୁଥିଲେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.