ସମ୍ବଲପୁର ଡିଭିିଜନ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ।

0

କମରେଡ ରତ୍ନାକର ପ୍ରଧାନଙ୍କୁ ନାଗରିକ ବୀମା ସମ୍ମାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାର ବେହେରାମାଲସ୍ଥିତ ଜୀବନଜ୍ୟୋତି ଭବନଠାରେ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସଭାର ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି କମ୍ରେଡ ଅରୁନ ଚଇନି।ଏହି ଅବସରରେ ସଂଘର ଜଣେ ଉତ୍ସର୍ଗୀକୃତ ସଭ୍ୟ କମ୍ରେଡ ରତ୍ନାକର ପ୍ରଧାନଙ୍କୁ ଉପଢୌକନ ସହିିତ ବୀମା ସମ୍ମାନ ପ୍ରଦାନ କରାଯାଇଥିଲା।

ଶ୍ରୀ ପ୍ରଧାନ ଜୀବନ ବୀମା କର୍ମଚାରୀ ସଂଘର ପୂର୍ବତନ ଉପ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ୨୦୧୯ ନଭେମ୍ବର ମାସରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀ ପ୍ରଧାନ ସେ ବିଭିନ୍ନ କର୍ମଚାରୀ ସଂଘ ଓ ଅନ୍ୟାନ୍ୟ ସଂଘର ଜଣେ ସଂଗଠକ ଭାବରେ କାର୍ଯ୍ୟ କରି ସମସ୍ତ କର୍ମଚାରୀଙ୍କ ନିକଟରେ ଅତି ପ୍ରିୟପାତ୍ର ହୋଇ ପାରିଥିଲେ। ନିଜର ଦୀର୍ଘ ୨୭ ବର୍ଷର କାର୍ଯ୍ୟକାଳରେ ସେ ବୀମା,ବ୍ୟାଙ୍କ,ଡାକ, ବିଡ଼ି ଶ୍ରମିକ, ଫରେଷ୍ଟ କର୍ମଚାରୀ, ଭାରତୀୟ ସଞ୍ଚାର ନିଗମ ଓ ରେଲଓ୍ବେର କର୍ମଚାରୀ ସଂଘରେ ନିଜର ସାଂଗଠନିକ କାର୍ଯ୍ୟ କରିଛନ୍ତି। ତାଙ୍କର ସେବା ପାଇଁ ଗତ ରବିବାର ଦିନ ସମ୍ବଲପୁରର ଡଲଫିନ୍ ହୋଟେଲରେ ୩୫ତମ ବାର୍ଷିକ ସମ୍ମିଳନୀ ଅବସରରେ ନାଗରିକ ବୀମା ସମ୍ମାନ ପ୍ରଦାନ କରିବା ପାଇଁ ଘୋଷଣା କରା ଯାଇଥିଲା। କିିନ୍ତୁ କୋଭିିଡ ପାଇଁ  ବୀମା ସମ୍ମାନ ଝାରସୁଗୁଡ଼ାରେ ବରିିଷ୍ଠ ସାଥି ଗୋପୀନାଥ ମିଶ୍ର ଓ ଆଶିଷ ଶୁକ୍ଳାଙ୍କ ହସ୍ତରେ ଉପଢୌକନ ଦେଇ ତାଙ୍କୁ ନାଗରିକ ବୀମା ସମ୍ମାନ ପ୍ରଦାନ କରାଯାଇଥିଲା। ଏହିି ଅବସରରେ ଉଦିିତ ଉର୍ମା, ସୁଶାନ୍ତ ପାଣିଗ୍ରାହୀ, ଶଶି ଭୁଷଣ ସା, କନକ ନାୟକ, ତ୍ରୀନାଥ କାଲୋ,ନାରାୟଣ ପଶାୟତ,ଦମୟନ୍ତିି ଲୁହା,ଦୀପିକା ବାକ୍ସଲା,ଦେବସ୍ମିତା ଦାଶ, ଦେବେନ୍ଦ୍ର ନାୟକ, ଅର୍ଜ୍ଜୁନ ପ୍ରଧାନ, ରଞ୍ଜିତ ଧୁରୁଆ, ସାବିିତ୍ରୀ ଡୁଡୁମ, କିିଶୋରୀ ଛନଛାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.