ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଟାଙ୍ଗଣ ଗ୍ରାମ ନିକଟସ୍ଥ କତରା ନାଳ ନିକଟରୁ ଆଜି ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ତାରସିଂ ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ଟାଙ୍ଗଣ ଗ୍ରାମର କୋକ ସାହୁଙ୍କ ପୁଅ ମିଥୁନ ସାହୁ(୨୪)। ପ୍ରକାଶ ଯେ ମିଥୁନ ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ସମୟରୁ ସାଙ୍ଗମାନଙ୍କ ସହ ଘରୁ କେଉଁଆଡେ ପଳାଇଥିବା ନେଇ ବାପା ତାରସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁରର ମଧ୍ୟ ସାହାରା ନେଇଥିଲା। ଦୀର୍ଘ ୨୧ ଦିନ ପରେ ଆଜି ଗ୍ରାମ ନିକଟରେ ଥିବା କତରା ନାଳରୁ ମିଥୁନ ଗଳିତ ଶବକୁ ଉଦ୍ଧାର କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ମିଥୁନକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ପାଣି ଭିତରେ ପଡ଼ିଥିବା ମିଥୁନର ମୃତଦେହ ଉପରେ କିଛି ପଥର ପଡ଼ିଥିବା ଦେଖିବାକୁ ମିଳିଛି। ମୃତଦେହଟି ନଷ୍ଟ ହେବାକୁ ବସିଥିବା ବେଳେ ମିଥୁନକୁ ଦୀର୍ଘଦିନ ହେବ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ପୁଲିସ୍ ବହୁ ସ୍ଥାନରେ ମିଥୁନକୁ ଖୋଜି ନିରାଶ ହୋଇଥିଲା। ବାରହା ଶିକାର ପାଇଁ ବିଛା ଯାଉଥିବା ବିଦ୍ୟୁତ୍ ତାରରେ କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ଗତ ୧୭ ତାରିଖ ଦିନ ସନ୍ଧାନୀ କୁକୁର ସହାୟତାରେ ଗ୍ରାମର ଆଖପାଖ ଇଲାକାରେ ପୁଲିସ୍ ମିଥୁନକୁ ଖୋଜାଖୋଜି କରିଥିଲା। କିନ୍ତୁ ମିଥୁନର କୌଣସି ପତ୍ତା ପାଇ ପାରିନଥିଲା। ଆଜି ତାରସିଂ ପୁଲିସ ମିଥୁନର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍ଏମଟିକୁ ପଠାଇଛି। ଏହି ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ୍ ୪ ଜଣଙ୍କୁ ଥାନାରେ ଅଟକ ରଖିଛି। ପୂର୍ବରୁ ମିଥୁନର ୨ଜଣ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଆଉ ଦୁଇଜଣଙ୍କୁ ଅଟକ ରଖିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.