ସତ ଆଗରେ ହାର ମାନିଲା ଚକ୍ରାନ୍ତ 

0

ଭୁଲ ସୁଧାରିଲା ବନ ବିଭାଗ :  ମୁକ୍ତି ପାଇଲେ  ନିରୀହ ଆଦିବାସୀ ଚାଷୀ ଈଶ୍ବର ଦୁରୁଆ ।

 ମାଲକାନଗିରି (ବି ଶ୍ରୀନିବାସ ପାତ୍ର):ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ତଣ୍ଡିକି ପଞ୍ଚୟତ ନିକଟସ୍ଥ ଏକ ଜଙ୍ଗଲ ଜମିକୁ ଚାଷ କରିବା ପାଇଁ ଜଣେ ଆଦିବାସୀ ଚାଷୀ ଲଟାବୁଦା ସଫାକରୁଥିବା ବେଳେ ସେହି ଗ୍ରାମର କେହି ଅଜ୍ଞାତ ବ୍ୟକ୍ତି  ମନ୍ଦ ଉଦ୍ଦେଶ୍ୟ ରଖି ଭୁବନେଶ୍ବର ପିସିସିଏଫ ଅଫିସକୁ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟିବା ସଂପର୍କରେ ମୋବାଇଲ ମାଧ୍ୟମରେ ସୂଚନା ଦେଇଥିଲେ !ଫଳରେ ମାଲକାନଗିରି ବନ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ସଂପୃକ୍ତ ଆସାମୀକୁ ଧରି ଗତ କାଲି କଷ୍ଟୋଡିରେ ରଖି ତଦନ୍ତ କଲା ପରେ ଆଜି ସନ୍ଧ୍ୟା ସମୟରେ ନିର୍ଦ୍ଦୋଷରେ  ଛାଡିଦେଇଥିବା ଜଣାପଡିଛି  l

ଘଟଣାରୁ ପ୍ରକାଶ ଯେ ତଣ୍ଡିକି ପଞ୍ଚାୟତ ନିକଟସ୍ଥ ଚିଡିପାଲ୍ଲୀ ଗ୍ରାମର ଜନୈକ ଆଦିବାସୀ ସଂପ୍ରଦାୟର ଲୋକ ଈଶ୍ବର ଦୁରୁଆ ଗତ ୧୮ ତାରିଖ ଦିନ ନିଜ ଜଙ୍ଗଲ ପଟ୍ଟା ଜମିରେ ଲଟାବୁଦା ସଫା କରୁଥିବା ବେଳେ ତାଙ୍କର କେହି ଶତ୍ରୁ ବ୍ୟକ୍ତି ମାମଲାରେ ଛନ୍ଦିବା ପାଇଁ ଅତି ଚତୁରତା ସହ ଏକ ଅଭିନବ କୌଶଳ ପାଞ୍ଚି ସିଧା ଶଳଖ ଭୁବନେଶ୍ବର ପିସିସିଏଫ କାର୍ଯ୍ୟାଳୟକୁ ଫୋନ କରି କହିଲା ଯେ,ଚିଡିପାଲ୍ଲୀ ଗ୍ରାମର ଈଶ୍ବର ଦୁରୁଆ ଜଙ୍ଗଲରେ ପଶି ମୂଲ୍ୟବାନ କାଠ ହାଣୁଛି  l ମାଲକାନଗିରି ବନ କର୍ମଚାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି  l ଫଳରେ ପିସିସିଏଫ କାର୍ଯ୍ୟାଳୟରୁ ତତକ୍ଷଣାତ୍ ଫୋନ ଆସିଲା ମାଲକାନଗିରି ଡିଏଫ ଅଫିସକୁ ଯେ ଚିଡିପାଲ୍ଲୀ ଜଙ୍ଗଲରେ ଗଛ କାଟୁଥିବା ଈଶ୍ବର ଦୁରୁଆ ନାମକ ଜନୈକ ଆସାମୀକୁ ତୁରନ୍ତ ଗିରଫ କରିବା ପାଇଁ l ସୂଚନା ପାଇ ମାଲକାନଗିରି ରେଞ୍ଜ ତରଫରୁ ଗତ କାଲି ସନ୍ଧ୍ୟାରେ ଚିଡିପାଲ୍ଲୀ ଗ୍ରାମରୁ ଈଶ୍ବର ଦୁରୁଆକୁ ବନ କରମଚାରୀମାନେ ଅନୁସନ୍ଧାନ  କରି ଉଠାଇ ଆଣି କଷ୍ଟୋଡିରେ ରଖି ପଚରା ଉଚରା କରିଥିଲେ l 

ତଦନ୍ତରୁ ଜଣା ପଡିଥିଲା ଯେ ,ଈଶ୍ବର ଦୁରୁଆ ସରକାରଙ୍କ ଦ୍ବାରା ଦିଯାଇଥିବା ଜଙ୍ଗଲ ଜମିରେ ଚାଷ କରିବା ଉଦ୍ଦେଶ୍ୟରେ  ଲଟାବୁଦା ସଫାକରୁଥିଲେ l ତେବେ କେହି ତା ପ୍ରତି ଶତ୍ରୁତା ଆଚରଣ କରି ଜେଲ ପଠାଇବା ପାଇଁ ଚକ୍ରାନ୍ତ କରିଥିବା ସ୍ପଷ୍ଟ ହୋଇଥିଲା l ସରକାର ଆଦିବାସୀମାନଙ୍କୁ ଜଙ୍ଗଲ ଜମିରେ ଚାଷ କରିବା ପାଇଁ ପଟ୍ଟା ଦେଇଥିବା ବେଳେ କିପରି ଭୁଲ ବୁଝାମଣା ପାଇଁ ଜଣେ ଅମାୟିକ ସରଳ ଆଦିବାସୀ ଲୋକ କାଲି ସାରା ରାତି ଠାରୁ ଆଜି ଯାଏଁ ଶୀତ କାକରରେ ପଡି ରହି ହଇରାଣ ହରକତ ହେବାକୁ ପଡିଛି  l ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଏବଂ ସମସ୍ତ ପ୍ରମାଣକୁ ଭିତ୍ତି କରି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଆଦିବାସୀ ଚାଷୀ ଈଶ୍ବର ଦୁରୁଆଙ୍କୁ  ଦୋଷମୁକ୍ତ କରି ଆଜି ଅପରାହ୍ନରେ ଛାଡି ଦେଇଥିବା ଜଣା ପଡିଛି  l

Leave A Reply

Your email address will not be published.