ଗୋରୁଚାଲାଣ ବେଳେ ୩ ଗିରଫ୍ , ୧୦ ଗୋରୁ ଉଦ୍ଧାର

0

ବୌଦ୍ଧ (ସିମୁନ୍ ନାଏକ) ; ବୁଧବାର ଦିନ ସକାଳ ୧୧ ଟା ବେଳେ ପୁରୁଣାକଟକ ପୋଲିସ୍ ଗୋଟିଏ ଗୋରୁ ବୋଝେଇ ଗାଡି ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ପୁରୁଣାକଟକ ପୋଲିସ୍ ଗୋରୁ ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ନିଳମାଧବ କହଁର ଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଗାଡିକୁ ୧୫ କିମି ପିଛା କରିବା ପରେ ଆଡେଣିଗଡ ନିକଟରୁ ଧରିବାରେ ସକ୍ଷମ ହୋଇଥିଲା । ଗାଡିରେ ଲୋଡ ହୋଇଥିବା ୩ଟି ଗାଈ ଓ ୭ଟି ବଳଦ ଉଦ୍ଧାର କରିଥିବା ବେଳେ ପବିତ୍ର ମହାକୁଡ (୩୫) ,ବିପିନ ମଲ୍ଲିକ(୩୮) , କାଳିଆ ନାଏକ (୪୧) ଙ୍କୁ ଗିରଫ୍ କରିଥିଲା । ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା କାନପୁର ଥାନା ଅଂଚଳର ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ଏନେଇ ପୁରୁଣାକଟକ ପୋଲିସ୍ କେସ୍ ନମ୍ବର ୫୮/୧୮ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଏଏସଆଇ ଏସ. କେ ସ୍ୱାଇଁ ସୂଚନା ଦେଇଛନ୍ତି । ଚଢାଉ ବେଳେ ଏଏସଆଇ ନୀଳମାଧବ କହଁର, ହାବିଲଦାର ଏମ୍ ବେହେରା, କନେଷ୍ଟବଳ କିଶୋର କୁମାର ବେହେରାଙ୍କ ସମେତ ପୋଲିସ୍ ଷ୍ଟାଫ୍ ସାମିଲ ଥିଲେ । 

 

 

 

Leave A Reply

Your email address will not be published.