ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ସନ୍ତୋଷ ରାଉତ ନାମକ ଜଣେ ଯୁବକ କୁ ଗତ ୨୦ ତାରିଖ ଦିନ ତାଙ୍କ ବନ୍ଧୁ ବସନ୍ତ ନାୟକ ମେଢ଼ ଦେଖିବାକୁ କହି ଡ଼ାକି ନେଇ ନିଜ ପକେଟ୍ ରେ ରଖିଥିବା ଛୁରୀ ରେ ବେକ କାଟି ବିଭତ୍ସ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫୋପାଡି ଚମ୍ପଟ୍ ମାରିଥିଲା। କିନ୍ତୁ ଗଲାବେଳେ ସେ ତାର ନିଜ ମୋବାଇଲ ଫୋନ୍ ଛାଡ଼ି ଚାଲି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ହତ୍ୟା ଅଭିଯୁକ୍ତ ବସନ୍ତ ର ମୋବାଇଲ୍ ଫୋନ୍ ଜବତ୍ କରିଥିଲେ। ଯଦ୍ୱାରା ପୋଲିସ ହତ୍ୟା ର ସୁରାକ୍ ପାଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବସନ୍ତକୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରୁ ଠାବ କରି ତାକୁ ଗିରଫ କରିବା ସହ ତାଠାରୁ ଏକ ମୋଟର ସାଇକେଲ ଜବତ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉଭୟେ ପୁରୁଣା ବନ୍ଧୁ ଓ ଅର୍ଥ କାରବାର କୁ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ହୋଇ ଏହି ଭଳି ଘଟଣା ଘଟିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.