ବିଜୁ ଜନତା ଦଳର ୱାର୍ଡ଼ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ବିଜୁ ଜନତା ଦଳ ତରଫରୁ ଆଜି ଝାରସୁଗୁଡା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୮ ରେ ଏକ ସାଙ୍ଗଠନିକ ବୈଠକର ଆୟୋଜନ କରାଯାଇଥିଲା।ବୁଥ କମିଟି ଗଠନ ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୂର୍ବତନ ନଗରପାଳ ଶ୍ରୀ ହରିଶ ଗଣତ୍ରା ଉଦ୍ବୋଧନ ଦେଇ କହିଥିଲେ ଯେ ଆଗାମୀ ଦିନରେ ୧୮ ନମ୍ବର ୱାର୍ଡରେ ଅଧିକ କର୍ମୀ ଯୋଗ ଦେବେ। ଏଥିପାଇଁ ସମସ୍ତ କର୍ମୀଙ୍କୁ ଅଧିକ ସଂଖ୍ୟକ ସଭ୍ୟ ସଂଗ୍ରହ ପାଇଁ ଓ ଦଳକୁ ମଜବୁତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଆଜିର ଏହି ବୈଠକରେ ସୁରେନ୍ଦ୍ର ମହାପାତ୍ର, ଗଙ୍ଗାଧର ଗଡ଼ନାଏକ,କୂଳଦୀପ ସିଂ,ପିଣ୍ଟୁ ପାଢ଼ୀ,ଖଗେଶ୍ବର ବେହେରା,ଅଶୋକ ଦାସ,ଅଶୋକ କାକାନି,ବଡା ବାବୁ,ଅନୱର ଅଲି ଏବଂ ଶତାଧିକ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.