କଂଗ୍ରେସ ଦଳର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଝାରସୁଗୁଡ଼ା ଗସ୍ତ। 

0

 ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ନେଇଥିବା  ଯୁବନେତା ଦୁଲାଲ ପ୍ରଧାନ ଆଜି ଝାରସୁଗୁଡ଼ା ଗସ୍ତ କରିଥିଲେ। ଏହି ଅବସରରେ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପୌର ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନ ବେଶ ଭଲ ହେବା ନେଇ ଆଶା ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ। 

ଏକଦା କଂଗ୍ରେସ ଦଳର ଗଡ଼ ଭାବରେ ପରିଚିତ ଥିବା ଝାରସୁଗୁଡ଼ା ଦଳ ବର୍ତ୍ତମାନ ଏଠାରେ ତୃତୀୟ ସ୍ଥାନରେ ରହୁଛି। କଂଗ୍ରେସ ଦଳର ପ୍ରଭାବଶାଳୀ ନେତୃତ୍ୱଙ୍କ କ୍ଷମତାଲାଳସା, ଅଆଭ୍ୟନ୍ତରୀଣ କନ୍ଦଳ, ଠିକଣା ସମୟରେ ଦଳପ୍ରତି ଧୋକାବାଜି ପ୍ରଭୃତି କାରଣ ଯୋଗୁଁ ଦଳର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ସେତେବେଳେ କଂଗ୍ରେସ ଦଳକୁ ନବଜୀବନ ଦେବାକୁ ଚେଷ୍ଟା କରି ଏହାକୁ ପୁଣିଥରେ ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ନୂତନ ଭାବରେ ଦାୟିତ୍ୱ ନେଇଥିବା ଜିଲ୍ଲା ସଭାପତି ଭରତ ଅବସ୍ଥି। ତାଙ୍କ କହିବା ଅନୁସାରେ କଂଗ୍ରେସ ଦଳ ଯଦିବା ଅନ୍ୟ ଦୁଇ ଦଳ ଅପେକ୍ଷା ଧୀର ଅଛି, ତଥାପି ସେ ମନେ ପକାଇ ଦେଇଥିଲେ ଯେ ଧୀର ପାଣି ପଥର କାଟେ। ଏଣୁ ଆଗାମୀ ଦିନରେ କଂଗ୍ରେସ ଦଳ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ତାର କହିଥିଲେ। 

ଅନ୍ୟପକ୍ଷରେ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନୂତନ ପର୍ଯ୍ୟବେକ୍ଷକ ଦୁଲାଲ ପ୍ରଧାନ କହିଥିଲେ କୋରୋନା ସମୟରେ ମଧ୍ୟ ବିଭିନ୍ନ ୱାର୍ଡରୁ ଅନେକ ସଂଖ୍ୟାରେ ଲୋକ ଆଜିର ବୈଠକରେ ଯୋଗ ଦେବା ନିଶ୍ଚିତ ଭାବରେ ଏକ ନୂତନ ଆଶାର ସଞ୍ଚାର କରୁଛି। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ଜିଲ୍ଲାର ବିଗିଡ଼ି ଯାଇଥିବା ପରିସ୍ଥିତିକୁ ସୁଧାରିବା ପାଇଁ କଂଗ୍ରେସ ଦଳ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ। ଏହା ବ୍ୟତୀତ ସମସ୍ତ ପ୍ରକାରର ସମସ୍ୟାକୁ ନେଇ କଂଗ୍ରେସ ଦଳ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.