ଅସ୍ତ୍ରୋପଚାର ପାଇଁ ଅର୍ଥ ଦାନ କଲେ ମହିଳା ସଂଗଠନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ୱାର୍ଡ଼ ନମ୍ବର ୧୪ ର ୬ ବର୍ଷର ଶିଶୁ ବାଳିକା ସୁଭଦ୍ରା କୁଆର ମୁଣ୍ଡରେ କିଛିଦିନ ପୂର୍ବେ ଏକ ଘାଆ ହୋଇଯାଇ  ବଢ଼ିବାରେ ଲାଗିଲା। ଅନେକ ଚିକିତ୍ସା ପରେ ମଧ୍ୟ ତାହା ଠିକ୍ ନ ହେବାରୁ ଶେଷରେ ଡାକ୍ତର ଏହାର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଗରିବ ପରିବାରର ହୋଇଥିବାରୁ ଅସ୍ତ୍ରୋପଚାର କରିବା ସମ୍ଭବ ହୋଇପାରୁ ନଥିଲା। ଖବର ପାଇ ସମାଜ ସେବିକା ମହିଳା ସଙ୍ଗଠନର ସଭାପତି ରଜନୀ ଭୋଇଙ୍କ ନେତୃତ୍ୱରେ ସଙ୍ଗଠନର କର୍ମକର୍ତ୍ତା ସୁଭଦ୍ରାଙ୍କ ଘରକୁ ପହଞ୍ଚି  ତାକୁ ବୁର୍ଲାକୁ ନେଇ ଭର୍ତ୍ତି କରାଇବା ସହ  ଅସ୍ତ୍ରୋପଚାର ପାଇଁ ୨୬୦୦୦ ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ସେହି ପରିବାରକୁ ପଚାଶ କେଜି ଚାଉଳ ମଧ୍ୟ ପ୍ରଦାନ କରିଛନ୍ତି। 

ସେହିଭଳି ଗୁଡିଗାଁର ରଶ୍ମିତା ସୁନାନୀକୁ ଆଜି ୫୦କେଜି ଚାଉଳ  ଏବଂ ରତ୍ନା ପାରିକର ନାମକ ଜଣେ ବୃଦ୍ଧାଙ୍କୁ ୧୦୦୦ଟଙ୍କା ମଧ୍ୟ ସହାୟତା ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ଏହି ମହିଳା ସଂଗଠନ ପୂର୍ବରୁ ରଶ୍ମିତା ସୁନାନୀଙ୍କ ଚିକିତ୍ସା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Leave A Reply

Your email address will not be published.