ଭେଜିପୁଟ ରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡି ପାଉଁଶ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର   ସ୍ଥିତ ସ୍ଥାନୀୟ ଭେଜିପୁଟ କାବେରା ସାହିରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡ଼ି ହୋଇଯିବା ସହ ସମସ୍ତ ଜିନିଷ ପତ୍ର ପୋଡି ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଦିନ ମଧ୍ୟାହ୍ନ ସମୟରେ ରବି ନାୟକ ଓ ତାଙ୍କ ମାଆ ମାତିଆଣି ନାୟକ ସ୍ଥାନୀୟ ବାଇପାସ୍ ରୋଡ଼ରେ ଥିବା ବଡ଼ରାଉଳ ମନ୍ଦିରକୁ ପୂଜା କରିବାକୁ ଯାଇଥିବା  ବେଳେ କୌଣସି କାରଣରୁ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆ ସମ୍ପୂର୍ଣ୍ଣ ଘରକୁ ଆୟତ୍ତ କରିଥିଲା। ପୁତୁରା ଆଶିଷଙ୍କ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ମାତିଆଣି ଓ ତାଙ୍କ ପୁଅ  ଘରକୁ ଆସି ଦେଖିଲା ବେଳକୁ ସମସ୍ତ ଲୁଗାପଟା, ବାସନ କୁସନ, ଓ ଅନ୍ୟାନ୍ୟ ଆସବା ପତ୍ର  ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।ତେବେ ଉକ୍ତ ଘରପୋଡି ରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି

Leave A Reply

Your email address will not be published.