ବାଇକ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା। ପୋଲିସର ତଦନ୍ତ ଆରମ୍ଭ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଆଜି ଏକ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜରଙ୍କ କାର ଭିତରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏକ ଲୁଟେରା ଗ୍ୟାଙ୍ଗ। 

ସୂଚନା ଅନୁସାରେ, ଝାରସୁଗୁଡ଼ା ଗାନ୍ଧିଛକର ଜଣେ  ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନେଜର ଦିନେଶ ସାହୁ ବେହେରାମାଲ ସ୍ଥିତ ଏକ୍ସିସ ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ଏକ କାର  OD 23 D 4747ରେ ବ୍ରଜରାଜନଗରକୁ ଯାଉଥିଲେ। ମାତ୍ର ୧୨ ଟା ୪୦ ମିନିଟରେ ବମ୍ବେ ଛକର କୌଣସି ଏକ ସ୍ପୋର୍ଟସ ଦୋକାନରେ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେ କବାଟ ଖୋଲି ଓହ୍ଲାଇଥିଲେ। ତାଙ୍କ ଅଜାଣତରେ ପିଛା କରୁଥିବା ଦୁଇ ଜଣ ବାଇକ ଆରୋହୀ ହଠାତ ତାଙ୍କ କାରର ପଛ କବାଟ ଖୋଲି ପଛ ସିଟରେ ଥିବା ଟଙ୍କା ବ୍ୟାଗକୁ ଲୁଟି ତୀବ୍ର ଗତିରେ ଚମ୍ପଟ ମାରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା। ତୁରନ୍ତ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ। ଏଥିପାଇଁ ଝାରସୁଗୁଡ଼ା ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ  କରି ତଦନ୍ତ ଆରମ୍ଭ କରିଦେଇଛନ୍ତି। 

ଝାରସୁଗୁଡ଼ା ସହରରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲୋକଙ୍କ ଧନ ଓ ଜୀବନ ପ୍ରତି ଭୟ ବଢ଼ି ଚାଲିଥିବାରୁ ଏଠାକାର ଲୋକେ ଆଉ ନିରାପଦ ମନେ କରୁ ନାହାଁନ୍ତି। ଏଥିପାଇଁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.