ସ୍ଥାନୀୟ ନିଯୁକ୍ତି ଦାବିରେ ଦୁଇ ଘଣ୍ଟିଆ ଧାରଣା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଖଣିର  କିମ୍ବା କଳକାରଖାନାର  ଅଭାବ ନାହିଁ।ମାତ୍ର ଜିଲ୍ଲାରେ ହଜାର ହଜାର ଶିକ୍ଷିତ, କୁଶଳୀ ଓ ଅଣକୁଶଳୀ ଯୁବକ ଯୁବତୀ ବେକାର ହୋଇ ବସିଛନ୍ତି। କଳକାରଖାନାମାନଙ୍କରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତି ବେଶୀ ଏବଂ ଖଣି ଅଞ୍ଚଳରେ ଅଧିକାଂଶ କାର୍ଯ୍ୟ ମେସିନ ଦ୍ବାରା ହେଉଛି। ଫଳରେ ଝାରସୁଗୁଡ଼ା ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି। ଆଜି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଖଣିକ୍ଷେତ୍ରରେ ସ୍ଥାନୀୟ ଯୁବକମାନେ ଖଣିରେ ଓ କଳକାରଖାନାରେ ସ୍ଥାନୀୟ ନିଯୁକ୍ତି ଦାବୀ କରି ଦୁଇ ଘଣ୍ଟିଆ ଧାରଣା ଦେଇଥିଲେ। ଅଖିଳ ଭାରତୀୟ ଯୁବ ସଂଘ ତରଫରୁ ଅନୁଷ୍ଠିତ ଏହି ଧାରଣାରେ ପ୍ରଶାସନ ଓ ଶିଳ୍ପସଂସ୍ଥାମାନଙ୍କୁ ଦାବୀ  କରାଯାଇଛି ଯେ ସେମାନେ ସ୍ଥାନୀୟ ବେରୋଜଗାର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। 

ସୂଚନାଯୋଗ୍ୟ ଯେ, ସଂଘ ପ୍ରତ୍ୟେକ କମ୍ପାନୀରେ ୭୦ ରୁ ୮୦ ପ୍ରତିଶତ ନିଯୁକ୍ତି ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଦେବା ପାଇଁ ଦାଵି ଜଣାଇଛି। ନଚେତ ପ୍ରତ୍ୟେକ ରବିବାର ଦିନ ସବୁ କମ୍ପାନୀ ଆଗରେ ସେମାନେ ଦୁଇ ଘଣ୍ଟା ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.