କରୋନା ସାଜିଲା ବଇରୀ : ଏଥର ହେବନି କଂସ ମହାରାଜାଙ୍କ ରାଜୁତି 

0

 ବରଗଡ :-କରୋନା କାରଣରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବାତିଲ କରାଯାଇଛି | ଅନ୍ୟ ମହୋତ୍ସବ ପରି ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ବିବେଚିତ ତଥା ବରଗଡ଼ ଜିଲ୍ଲାକୁ  ବିଶ୍ଵ ଦରବାରରେ ଅନନ୍ୟ ପରିଚୟ ଦେଇପାରିଥିବା ଧନୁଯାତ୍ରା ପାଇଁ ବଇରୀ ସାଜିଛି କରୋନା ପ୍ରଟୋକଲ |  

ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ ୭୨ତମ ବରଗଡ଼ ଧନୁଯାତ୍ରା ପାଇଁ ନୀତିନିୟମ ମୁତାବକ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଥିଲା । ତେବେ ମହାମାରୀ କରୋନା ସଂକ୍ରମଣ ତଥା ଏଥିପାଇଁ ରହିଥିବା କଟକଣା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜନରେ ପ୍ରତିବନ୍ଧକ ସାଜିବା ଆଶଙ୍କାରେ ଆଜି  ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା କୋର୍‌ କମିଟି ବୈଠକରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ୭୨ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ କରାଯାଇଛି। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଧନୁଯାତ୍ରା କୋର୍‌ କମିଟିର ଅନା କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ଧନୁଯାତ୍ରା ବାତିଲ ହେବା କାରଣରୁ ଜିଲ୍ଲା ବାସୀ ନିଶ୍ଚିତ ଭାବରେ ମର୍ମାହତ ଏଥିରେ ସନ୍ଦେହ ନାହିଁ ।

 

Leave A Reply

Your email address will not be published.