ବିଜୁ ଯୁବ ଜନତା ଦଳର ବରଗଡ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

0

ଭୁବନେଶ୍ୱର (ଶାସକ ପ୍ରଶାସକ ) :ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି  ଡ଼ଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ବରଗଡ଼ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି । ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ  ସମେତ ୫ ଜଣ ଜିଲ୍ଲା ଉପସଭାପତି,୫ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ ,୧ ଜଣ ଆଇଟି କୋଡିନେଟର୍ ଏବଂ ବ୍ଲକ୍ ଏବଂ ନଗର ସଭାପତି ନିଯୁକ୍ତି ପାଇଛନ୍ତି। ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ | ଏହି ଅବସର ରେ ମନ୍ତ୍ରୀ  ସୁଶାନ୍ତ ସିଂ,ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ବିଜେପୁର ବିଧାୟିକା ରୀତା ସାହୁ,ପଦ୍ମପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଭାପତି ବିଜୟ ରଞ୍ଜନ ସିଂ ବରିହା,ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ,ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ  ଦେବେଶ ଆଚାର୍ଯ୍ୟ ପ୍ରମୁଖ ନବନିଯୁକ୍ତ ପଦାଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Leave A Reply

Your email address will not be published.