ଡିସେମ୍ବର ୧୪  କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ

0

http://www.youtube.com/watch?v=YSM8df5a15M 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ୩ କଳା ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ  କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନୀରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। 

କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର  କରିବା ସହ ରାଜ୍ୟ ସରକାର ବର୍ତ୍ତମାନର ସବନିମ୍ନ ସହାୟକ ମୂଲ୍ୟ ସହ ଅତିରିକ୍ତ ୫ଶହ ଟଙ୍କା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି। ଏହା ସହ ଆସନ୍ତା ଡିସେମ୍ବର ୧୫ ରୁ ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି। ଦେଶର ଜିଡିପି ବୃଦ୍ଧିରେ କୃଷକ ମାନଙ୍କର ମୁଖ୍ୟ ଭୂମିକା ଥିବା ବେଳେ କୃଷକ ମାନଙ୍କ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି।

 ବିମୁଦ୍ରିକରଣ , ଜିଏସ୍ ଟି ନାମରେ ବିରାଟ ଠକେଇ , ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି ପରେ ଏବେ ବହୁରାଷ୍ଟ୍ରୀୟ କଂପାନୀଙ୍କୁ ଫାଇଦା ପାଇଁ ଚାଷୀମାନଙ୍କୁ ସବସ୍ବାନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ହୀନ ଷଡଯନ୍ତ୍ର କରିଛନ୍ତି ବୋଲି ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା , ଗଂଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ , ଶିବରାମ ପାତ୍ର , କୁନା ମାଝୀ , ଛାତ୍ର ନେତା ପତିତ ଗନ୍ତାୟତ , ତଥସତ ସୁବୁଦ୍ଦି , ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.