ନରବଳି ପାଇଁ ଛୁଆଙ୍କୁ ଧରିବା ଅଭିଯୋଗ: ଜଣେ ଗିରଫ।

0

ଗ୍ରାମବାସୀ ଘେରିଲେ କ୍ୟାମ୍ପ,  ଘଟଣା ସ୍ଥଳରେ ପହଞ୍ଚିଲେ ଡିଏସପି

ବାରିପଦା (ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କଳାବାଡିଆ , କୁଳିଅଣା ବ୍ଲକ ର କୁଳିଅଣା ଠାରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଗଳାପୋଲ। ହରିଆନା ର ଏକ କମ୍ପାନୀ ଇ5 ଇନଫ୍ରାଷ୍ଟ୍ରକଚର  22 କୋଟି 99ଲକ୍ଷରେ ଏହି ଗଳା ପୋଲ ର ଟେଣ୍ଡର ନେଇଛି। ଏଥିପାଇଁ କାର୍ଯ୍ୟ  କରିବା ପାଇଁ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଏକ କ୍ୟାମ୍ପ ନିର୍ମାଣ ହୋଇଛି।ଉକ୍ତ କମ୍ପାନୀ ର ତିନିଜଣ କର୍ମଚାରୀ ପାଖ ଗ୍ରାମ ଆଖଡାଶାଳ ର ତିନି ଜଣ ନାବାଳିକା ଝିଅ ଓ ଜଣେ ନାବାଳକୁ କେନାଲ ପାଖରେ ଦୌଉଡାଉ ଥିବାର ଗ୍ରାମବାସୀ ଦେଖିଥିଲେ। ନୂତନ ପୋଲରେ ଛୁଆ ବଳି ଦେବା ପାଇଁ ଛୁଆ ଧରୁଥିବା ହଠାତ୍ ପ୍ରଚାର ହୋଇ ଯାଇଥିଲା। ଫଳରେ ଆଖଡାଶାଳ ଓ ଜଗନ୍ନାଥଖୁଣ୍ଟା ଗ୍ରାମର ଦୁଇଶହ ରୁ ଉର୍ଦ୍ଧ ଗ୍ରାମବାସୀ କେମ୍ପ ଘେରାଉ କରିବା ସହିତ ଦୋଷୀ କୁ ଗିରଫ ଦାବି କରିଥିଲେ। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ , ଡିଏସପି ଯଦୁନାଥ ଜେନା ସହିତ ଥାନା କର୍ମଚାରୀ ପହଞ୍ଚିଥିଲେ। ଘଟଣା ସ୍ଥଳରୁ ଜଣେ କର୍ମଚାରୀ ଭିୱାନି ଜିଲ୍ଲା ମୁଣ୍ଡାଲଖୁଆଡ  ହରିଆନା  ଜୟ ଭଗବାନ (55) କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣ ଙ୍କୁ ପୁଲିସ ଖୋଜୁଥିବା କହିଛି। ବାଙ୍ଗିରିପୋଷି ଥାନା ରେ କଳାବାଡିଆ ସମିତି ସଭ୍ୟ ସନ୍ତୋଷ କୁମାର କଲିଆ ଗ୍ରାମବାସୀ  ତରଫରୁ ପୁଲିସ କୁ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ 203/2020 କେଶ ରୁଜୁ କରି ତଦନ୍ତ କରୁଛନ୍ତି। ନରବଳି ନେଇ ଗ୍ରାମ ରେ ଆତଙ୍କ ଖେଳିଯାଇଛି। କ୍ୟାମ୍ପ  କର୍ମଚାରୀ ଏ କଥା କୁ ଗୁଜବ କହିଛନ୍ତି।

         

Leave A Reply

Your email address will not be published.