ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ବ୍ୟାଘ୍ର ଦେବୀ ରୋଡ଼ ନୀଳାଦ୍ରି ବିହାରରେ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଟୁନା ସ୍ବାଇଁ ( ୪୦) ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ସଂପର୍ଶ୍ଵ ରେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗାମୁଣ୍ଡି ଗ୍ରାମର ଟୁନା ସ୍ୱାଇଁ ସ୍ଥାନୀୟ ନୀଳାଦ୍ରି ବିହାରରେ ଏକ ନିର୍ମାଣଧୀନ ଘରର କାଯ୍ୟରେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରୁଥିବା ସମୟରେ କୌଣସି ଏକ କାଯ୍ୟରେ ଉକ୍ତ ଘରର ଛାତ ଉପରକୁ ଯାଇଥିଲେ। ହେଲେ ଛାତ ଉପରେ ଯାଇଥିବା ବିଦ୍ୟୁତ ସଂପର୍ଶ୍ଵ ଆସି ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post