( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /ଅନିଲ କୁମାର ପୃଷ୍ଟି)- ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ବିବାହିତ ଯୁବକ ଅପହରଣ କରି ଆଣି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ ଭିତରେ ତାଲା ପକାଇ ରଖିବା ସହ ବାହାର ରାଜ୍ୟକୁ ଉକ୍ତ ନାବାଳିକାକୁ ଚାଲାଣ କରିବା ଉଦ୍ୟମ କରିବା ନେଇ ପିଡିତା ନାବାଳିକା ଜଣକ କିସିଣ୍ଡା ଥାନାରେ ଲିଖିତ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଶାମପୁର ଗ୍ରାମର ବସନ୍ତ ସାହୁ(୩୫)।ପିଡିତାଙ୍କ ଲିଖିତ ଅଭିଯୋଗ ପରେ କିସିଣ୍ଡା ଥାନା କେସ ନମ୍ବର ୬୭/୨୦୨୦ ତା୨୮.୧୧.୨୦୨୦ରିଖ ଦଫା୩୬୩,୩୬୬ଏ,୩୪୨,୩୭୬(୨)ପକସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ନାବାଳିକାଙ୍କୁ ପୋଲିସ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଶନିବାର ଡାକ୍ତରୀମାଇନା କରି ଥିବା ବେଳେ ରବିବାର ଗିରଫ ଅଭିଯୁକ୍ତ ବସନ୍ତକୁ ଆଣି ନାକଟିଦେଉଳ ଡାକ୍ତରଖାନାରେ ଡାକ୍ତରୀ ମାଇନା କରିଛନ୍ତି।ଗିରଫ ଅଭିଯୁକ୍ତଙ୍କୁ ଅାଜି କୋର୍ଟ ଚାଲାଣ କରାଯାଇଛି ବୋଲି କିସିଣ୍ଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.