ଛାତ୍ର ବିଜେଡ଼ିର କର୍ମକର୍ତ୍ତାଙ୍କୁ ହୀରାକୁଦ ବିଜେଡ଼ି ପକ୍ଷରୁ ସ୍ବମ୍ବର୍ଦ୍ଧନା 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ନବନିୟୁକ୍ତ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଲର କର୍ମକର୍ତ୍ତା ଙ୍କୁ ଆଜି ହୀରାକୁଦ ବିଜେଡି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ କମ୍ୟୁନିଟି ସେଣ୍ଟର ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି !

ଏହି ସଭାରେ ସମ୍ମାନୀତ ଅତିଥିମାନେ ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ  ଆର୍ତ୍ତତ୍ରାଣ ମିଶ୍ର, ବାମଦେବ ତ୍ରିପାଠୀ, ସମ୍ବଲପୁର ମହାନଗର ସଭାପତି ପ୍ରଫୁଲ କୁମାର ଦାଶ, ଜିଲ୍ଲା ଆଇଟି ସଂଯୋଜଗ ଦୁଲାଲ ଚନ୍ଦ୍ର ରାୟ,ମହାନଗର ସକ୍ରିୟ ସଭ୍ୟ ତଥା ଆଇନଜୀବୀ ବୁଲୁ ତ୍ରିପାଠୀ ଓ ହୀରାକୁଦ ମହିଳା ସଭାନେତ୍ରୀ ରେଣୁବାଲା ମରେଇ ମଞ୍ଚାସିନ ଥିଲେ ।

ନବନିୟୁକ୍ତ ଛାତ୍ର ନେତା ଉପସଭାପତି ସଦାନନ୍ଦ ଦାସ,ମହାନଗର ସଭାପତି ସତ୍ୟଜିତ ମହାପାତ୍ର, ସାଧାରଣ ସମ୍ପାଦକ ଅଲେଖ ସାହୁ,ସମ୍ପାଦକ ଭୁପେଶ ଦଣ୍ଡସେନା, ସମ୍ପାଦକ ସନ୍ଦିପ ନାୟକ, ସମ୍ପାଦକ ଶଙ୍କର ଡାକୁଆ,ଆଇଟି ସଂଯୋଜଗ ତୁଷାର ମହାରଣା ଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଫକୀର ପଧାନ,ପ୍ରମୋଦ ଖଣ୍ଡୁଆଲ, ବିଶ୍ୱମିତ୍ର ସାହୁ, ଜିତେଦ୍ରୀୟ ବିଶି,ଲତିକା ସାହୁ,ଅନୁସ୍କା ମରେଇ,ଜଗନ୍ନାଥ ଚୌଧୁରୀ, ସୁରେନ୍ଦ୍ର ବିଶ୍ଵାଳ,ସତ୍ୟେନ୍ଦ୍ର ଦାସ, ମାୟାଧର ଜେନା, ଶେଷଦେଵ ମହାକୁଡ଼,ହରିହର ପାଣି,ସୁରେଖା ସାହୁ,ରବୀନ୍ଦ୍ର ସିଂ, କାନନବାଲା ପଟ୍ଟନାୟକ, ମାଳତୀ ଗୁପ୍ତା,ଭାବେଶ ଚାନ୍ଦ,ଅରକ୍ଷିତ ବେହେରା, ସଂଜୀବ ପଟ୍ଟନାୟକ, ଜୟକୃଷ୍ଣ ବେହେରା, ସୁଧୀର ଜଶ୍ୱାଳ ପ୍ରମୁଖ ଅନେକ ପୁରୁଷ ଓ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.