କୁଚିଣ୍ଡା/ଜମନକିରା -ଉପଖଣ୍ଡ ପ୍ରତିନିଧି -(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୨ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବଡ଼ମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ କୁନିମା ନାୟକ ଓ ସମିତି ସଭ୍ୟ ହୃଦାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ‘ସମ୍ବାଦ ଆମ ଓଡ଼ିଶା’ ପ୍ରତିନିଧି ଲିପନ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ସମ୍ବଲପୁର ଜିଲ୍ଲା ଓଡିଶା ବ୍ଳଡ଼୍ ବ୍ୟାଙ୍କର ଡ଼ା. ଦୀପକ କୁମାର ଦାସମହାପାତ୍ର, ଓ ରବିନାରାୟଣ ରାଉତ,ଲାଲୁ ବିଶ୍ୱାଳ, ଉମାକାନ୍ତ ଭୋଇ, ପାଏନୁ ଭୋଇ, ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ଜମନକିରା ‘ସମ୍ବାଦ’ ପ୍ରତିନିଧି ଲିପନ ନାୟକ ଓ ସାମ୍ବାଦିକ ସତ୍ୟପ୍ରିୟ ମହାପାତ୍ର,ରଜେନ୍ଦ୍ର ନାୟକ, ନୃପଲାଲ ଦେବ, ଅଜୟ କୁମାର ବାଘ,କୁଟୁରାଚୁଅଁ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଚାଇଲଡ଼ ଲାଇନର ନିର୍ଦ୍ଦେଶକ ପ୍ରଦୀପ ମହାକୁଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଚାଇଲଡ଼ ଲାଇନ ସଭ୍ୟା ମେମ୍ବର ଶ୍ଵେତାଙ୍ଗୀନୀ ବାରିକ,ମିଳି ବାଦୀ,ତଥା ନେହେରୁ ଯୁବକେନ୍ଦ୍ର ସମ୍ବଲପୁରର ସ୍ୱଚ୍ଛାସେବୀ ଚନ୍ଦନ ମାକର,ଶିବନୀ ବାଘ, ଯୁବସଚେତନତା ନାଗରିକ ସଂଘ ଜମନକିରା ସଭାପତି ଅବଦୁଲ ଗୁଲାମ କଦିର,ବୁଲୁ ବାଘ,ଚନ୍ଦନ ସେଠ,ଓ ବଡ଼ମାଲ ବକ୍ସି ଜଗବନ୍ଧୁ କ୍ଲବର ଅଭିଷେକ ନାୟକ,ଗଜିନ ମୁଣ୍ଡା, ଚନ୍ଦ୍ରଭାନୁ ଦେବ,ନୃପତି ନାୟକ,ଅନିଲ ମୁଣ୍ଡା, ବାବୁଲୁ ସିଂ,ଦିଲୀପ ବଗାର, ପଞ୍ଚାୟତ କର୍ମୀ ରଜନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.