ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଂଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ସମୟରେ ଏକ ସିମେଣ୍ଟ୍ ବୋଝୋଇ ଟ୍ରକ୍ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଚାଳକ ଗୁରୁତର ଆହାତ ହୋଇଥିବା ବେଳେ ଟ୍ରକ୍ ରେ ଥିବା ସିମେଣ୍ଟ ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଛି। ଆହାତ ଚାଳକ ଜଣଙ୍କ ହେଉଛନ୍ତି ସୁଶାନ୍ତ ସାହୁ(୨୭) । ସେ ମଧ୍ୟପ୍ରଦେଶର ଟିକର ଅଞ୍ଚଳର ହୋଇଥିବା ବେଳେ ଛତିଶଗଡ଼ ରାୟପୁରରୁ ସିମେଣ୍ଟ୍ ବୋଝେଇ କରି ଭଞ୍ଜନଗରକୁ ଆସୁଥିଲେ। ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସଂନ୍ଧ୍ୟା ସମୟରେ ଘାଟି ଓହ୍ଲାଇବାକୁ କିଛି ବାଟ ରହିଥିବା ବେଳେ ଟ୍ରକ୍ ଚକା ଫାଟିଥିବା କିଛି ସ୍ଥାନିୟ ଲୋକ କହିଥିବା ବେଳେ ଚାଳକଙ୍କ ଅସାବଧାନତା ବଶତଃ ଏଭଳି ଦୁର୍ଘଟଣା ଗ୍ରସ୍ତ ହୋଇଥିବା କିଛି ଲୋକ ପ୍ରକାଶ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ୍ ପହଞ୍ଚି ଆହାତ ଚାଳକକୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଇବା ସହ ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଜବତ କରି ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.