ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣା:  ୩ ଜଣ  ଗିରଫ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓଙ୍କ ପାରଳାଖେମୁଣ୍ଡି ସହର ଏରଦେଲା ସାହିରେ ଥିବା ଘରେ ବିଧାୟକ ନଥିବା ବେଳେ ତାଙ୍କ ମାଉସୀଙ୍କ ଉପରେ ଆକ୍ରମଣ ଘଟଣାରେ ପାରଳାଖେମୁଣ୍ଡି ପୋଲିସ  ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପାରଳାଖେମୁଣ୍ଡିର କାନ୍ତାମ୍ମା ଓ ତାଙ୍କ ପୁଅ ଏସ. ତେଜା ରାଓ ଏବଂ ଜି. ରୋହିତ। 

ଗତ ୨୫.୧୧.୨୦ ସନ୍ଧ୍ୟା ୭ ଟା ରେ ବିଧାୟକ ଙ୍କ ଘରେ ତାଙ୍କ ମାଉସୀ ଏକା ଥିବା ବେଳେ ତାଙ୍କୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ।  ବିଧାୟକ ଙ୍କ ମାଉସୀ ପି. ତାତାମ୍ମା ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଶ୍ରୀକାକୁଲମର ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

http://www.youtube.com/watch?v=CNOjfrcJCdY  

ପୋଲିସ ତିନି ଜଣ ଙ୍କୁ ଗିରଫ କରିଛି ଏବଂ ଆକ୍ରମଣ ର କାରଣ ଟଙ୍କା ଲୁଟ ବୋଲି  ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ । 

Leave A Reply

Your email address will not be published.