ମେଲଛାମୁଣ୍ତା (ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାରଙ୍ଗପୁର ଗ୍ରାମ ନିକଟରେ ଶୁକ୍ରବାର ରାତ୍ରରେ ଘୁଡୁଘୁଡି ପଟି ମାଧ୍ୟମରେ ଜୁଆ ଖେଳ ଚାଲିଥିବା ମେଲଛାମୁଣ୍ଡା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥାନା ଦାୟୀତ୍ୱରେ ଥିବା ସବଇନ୍ସପେକ୍ଟର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଚଢାଉ କରିଥିଲେ । ଚଢାଉ କରି ଛଅ ଜଣ ଜୁଆଡିକୁ କାବୁ କରିବା ସହ ଖେଳରେ ବ୍ୟବହୃତ ହୋଇଥିବା ୧ଟି ପଟି, ଛଅଟି ଗୋଟି, ତିନୋଟି ମୋବାଇଲ ଫୋନ, ବାଉଁଶ ଟୋକେଇ ସମେତ ନଗଦ ୬୧୭୦ଟଙ୍କା ଜବତ କରିଥିଲେ । ଜବତ ସାମଗ୍ରୀ ଏବଂ ଜୁଆଡି ମାନଙ୍କୁ ଥାନାକୁ ଆଣି ଥାନା କେସ ନଂ ୧୯୪/୨୦ ୩ଓପିଜି ଏକ୍ଟରେ ମାମଲା ରୁଜୁ କରି ଗିରଫ କରିଥିଲେ । ଜୁଆ ଖେଳରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗାଇସିଲେଟ ଥାନା ଗୁଠୁର୍ଲା ଗ୍ରାମର କୈଳାସ ସାହୁ, ଗ୍ରୀଂଜେଳମାଳର ମଧୁସୂଦନ ସାହୁ, ବୁଡେନ ଥାନା ବନୁପାଲିର କ୍ଷିରୋଦ୍ର ସାହୁ, ମେଲଛାମୁଣ୍ଡା ଥାନା ସାରଙ୍ଗପୁରର ଜଗନ୍ନାଥ ବରିହା, ଅନନ୍ତ ପଟେଲ ଓ ପଲସାପାଲି ଗ୍ରାମର ଋଷୀ ଭୁଏ । ଅଭିଯୁକ୍ତ ମାନଙ୍କୁ ସନିବାର ସକାଳେ ନୋଟିସ ଇସ୍ୟୁ କରି ଛଡାଯାଇଥିବା ଘଟଣାର ତଦନ୍ତକାରୀ ଅଫିସର ଏସଆଇ ପ୍ରମୋଦ ସାହୁ ସୂଚନା ଦେଇଛନ୍ତି । ଚଢାଉ ସମୟରେ ପୁଲିସ ଟିମରେ ଏଏସଆଇ କେତନ ଧରୁଆ, କନେଷ୍ଟବଲ ରବିନ୍ଦ୍ର ମହାନ୍ତି, ବାସୁଦେବ ମେହେର, ହୋମଗାର୍ଡ ନିମେଇ ବାରିକ, ସୌକିଲାଲ ବରିହା ଓ ସୁଦାମ କୁମ୍ଭାର ପ୍ରମୁଖ ସାମିଲଥିଲେ । ପ୍ରକାଶଯୋଗ୍ୟ ଯେ ସାରଙ୍ଗପୁର ଗ୍ରାମର କିଛି ଜୁଆଡି ସ୍ଥାନ ପରିବର୍ତନ କରି ରିତିମତ ଭାବେ ଜୁଆ ଖେଳ ଚଳାଇ ଥିବା ବେଳେ ମେଲଛାମୁଣ୍ଡା ପୁଲିସକୁ ଚକାମା ଦେଇ ଆସୁଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post