ଭଞ୍ଜନଗର ( ନିଲୁ ବିଷୋୟୀ ) – ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ଉଦୟଗିରିରେ ଶିକ୍ଷାକତା କରୁଥିବା ଜଣେ ଶିକ୍ଷୟତ୍ରୀ ନିଜ ସଂର୍ପକୀୟ ଙ୍କ ଘର ଭଞ୍ଜନଗରକୁ ଆସି ଅଟୋରେ ଫେରୁଥିବା ବେଳେ କେଏସୟୁବି କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଅଟୋ ଚାଳକ ଙ୍କ ସମେତ ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଉଦୟଗିରିରେ ଶିକ୍ଷାକତା କରୁଥିବା ନିରୁପମା ଜେନା(୪୦) ଏକ ଅଟୋରେ ଉଦୟଗିରି ଫେରୁଥିବା ବେଳେ କେଏସୟୁବି କଲେଜ୍ ମୁଖ୍ୟ ସଡକ ଉପରକୁ କିଛି ଗଧ ଅଟୋ ସାମ୍ନାକୁ ଚାଲି ଆସିବାରୁ ସେମାନଙ୍କ ସହ ଧକ୍କା ହୋଇ ଅଟୋ ଟି ଓଲଟି ପଡିଥିଲା। ଯାହା ଫଳରେ ନିରୁପମାଙ୍କ ସହ ଅଟୋ ଚାଳକ ଉଦୟଗିରିର ମଣ୍ଟୁ ଜେନା ଗୁରୁତର ଭାବେ ଆହାତ ହୋଇଥିଲା। ମଣ୍ଟୁର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନିୟ କିଛି ଯୁବକ ତୁରନ୍ତ ଆହାତ ଦ୍ବୟଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ ଭର୍ତ୍ତି କରିଥିଲେ। ସେଠାରେ ମଣ୍ଟୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ମଣ୍ଟୁକୁ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି
Sign in
Sign in
Recover your password.
A password will be e-mailed to you.