ଛତିଶଗଡ଼ ରାଜ୍ୟକୁ ବେଆଇନ ବାଲି ଚୋରା ଚାଲାଣ

0

୯ ଟ୍ରାକ୍ଟର ଜବତ -ଲକ୍ଷାଧିକ ଟଙ୍କା ଜରିମାନା

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଜଗଦଲପୁର ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ,ଏ ଏସ ଆଇ ସତ୍ୟାନନ୍ଦ ଭୋଇ ,ହାବିଲଦାର ଜିତେନ୍ଦ୍ର ଦାଶ ଓ ଅନ୍ୟ ସହ କର୍ମୀ ଛତିଶଗଡ଼ ରାଜ୍ୟ ର ୮ ଟି ଟ୍ରାକ୍ଟର ଓଡିଶା ର ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ମାନଙ୍କୁ ଜବତ କରିଥିଲେ।ଏ ସମ୍ପର୍କରେ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ବି ପ୍ରଶାସନ ଯେପରି କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନଥିବାରୁ ଛତିଶଗଡ଼ ରାଜ୍ୟକୁ ବାଲି ମାଫିଆ ମାନେ ସକ୍ରିୟ ହୋଇ ଚୋରା ରେ ବାଲି ଚାଲାଣ କରୁଛନ୍ତି ।ଚୋରା ବାଲି ଗାଡି ଧରା ଯିବା ସମୟରେ ତହସିଲ ପକ୍ଷ ରୁ କେବଳ ବାଲି ଗାଡି ଠାରୁ ଜରିମାନା ଆଦାୟ କରାଯାଇ ଗାଡିଟିକୁ ଛାଡି ଦିଆଯାଇଛି।ଗାଡି ର ଇନ୍ସୁରାନ୍ସ ରୋଡ଼ ଟ୍ୟାକ୍ସ ଫିଟ ନେସ ରହିଛି କି ନାହିଁ ତାହା ତଦନ୍ତ କରାଯାଉ ନାହିଁ।ଫଳ ରେ ତହସିଲ ରେ ଜରିମାନା ଦେୟ ଚୋରା ବାଲି ମାଫିଆ ମାନେ ପୁନର୍ବାର ବାଲି ଚୋରି କରୁଥିବା ଜଣାଯାଇଛି ।୯ଗୋଟି ଟ୍ରାକ୍ଟର ଜବତ କରିଥିବା ସମ୍ପର୍କରେ ବରଗଡ଼ ଆର ଟି ଓ ଙ୍କୁ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ସୂଚନା ଦେଇଥିଲେ।

ତେବେ ଅଟକ ରଖାଯାଇଥିବା ବାଲି ଗାଡିଠାରୁ ଜରିମାନା ଆଦାୟ ସହ ଗାଡି ର ଫିଟନେସ ଇନସୁରାନ୍ସ ଆଦି ଆରଟିଓ କାର୍ଯ୍ୟାଳୟ ତରଫରୁ ତଦନ୍ତ କରାଯିବ ବୋଲି ଶ୍ରୀମତୀ ବାର୍ଳା ଆମ ଶାସକ ପ୍ରଶାସକ ପ୍ରତିନିଧି ମନୋହର ଦାଶ ଙ୍କୁ କହିଛନ୍ତି ।ଗାଡୀମାନଙ୍କ ର ଅଵଶ୍ୟକୀୟ କାଗଜ ପତ୍ର ନଥିଲେ ତାଙ୍କ ନାମ ରେ ମାମଲା ରୁଜୁ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଙ୍କ ନିର୍ଦେଶ ରେ ଟ୍ରାକ୍ଟର ପ୍ରତି ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି ଲଖମରା ରାଜସ୍ୱ ନିରୀକ୍ଷକ।

Leave A Reply

Your email address will not be published.