ବିଜୁ ଯୁବ ଛାତ୍ର ଜନତା ଦଳର ନବନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ ବୈଠକ 

0

ଜିଲ୍ଲା, ବ୍ଲକ୍  ଏବଂ ପଂଚାୟତସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ହେଲା ଆଲୋଚନା 

ଭୁବନେଶ୍ୱର(ଶାସକ ପ୍ରଶାସକ):  ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରିବା ନିମନ୍ତେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ  ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ସମୀକ୍ଷା ବୈଠକରେ ୩୦ ଜିଲ୍ଲା ଏବଂ ୫ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ, ମୁନିସିପାଲିଟି ଏବଂ ଏନ୍.ଏ.ସି. ୱାର୍ଡସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ପର୍ଯ୍ୟବେକ୍ଷକମାନଙ୍କର ଭୂମିକା ଏବଂ ଦାୟିତ୍ୱ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ବିଜୁ ଯୁବ ଛାତ୍ର ଜନତା ଦଳର ୩୫ଟି ଜିଲ୍ଲାର ନବନିଯୁକ୍ତ ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଅଂଶଗ୍ରହଣ କରି ନୂତନ କମିଟି ଗଠନ ସଂପର୍କରେ ସବିଶେଷ ଆଲୋଚନା କରିବା ସହ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଏହି ଭର୍ଚୁଆଲ ମିଟିଂରେ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଯୁବ ବ୍ୟାପାର ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ କହିଥିଲେ କି ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ସୁସଂଗଠିତ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଶକ୍ତ ଏବଂ ବିକଶିତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ପାଇଁ ନବନିଯୁକ୍ତ ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ  ଏହି ଭର୍ଚୁଆଲ ମିଟିଂରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ଦେବୀରଂଜନ ତ୍ରିପାଠୀ ଛାତ୍ରମାନଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ୍ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |

 

Leave A Reply

Your email address will not be published.