ଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ପକ୍ଷରୁ ରକ୍ତଦାନ ଶିବିର 

0

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା):  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ପକ୍ଷରୁ ନଭେମ୍ବର ୨୧ ତାରିଖ ଦିନ ବୁଗୁଡା ସହର ବଡଦାଣ୍ଡରେ ଅବସ୍ଥିତ କଳିଙ୍ଗ ବୈଶ୍ୟ ସଙ୍ଘ(ପ୍ରଥମ) ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା ଉଦଘାଟନ କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କ ଦ୍ଵାରା ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅଞ୍ଚଳ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ସଭାନେତ୍ରୀ ରୀନା ଚୌଧୁରୀ, ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ସଭାନେତ୍ରୀ ବିଦ୍ୟୁତ ଲତା ପୃଷ୍ଟି ଓ ସମ୍ପାଦିକା ଟି ଭାଗ୍ୟଲକ୍ଷ୍ମୀ ସାମନ୍ତରାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। କଳିଙ୍ଗ ବୈଶ୍ୟ ସଙ୍ଘ(ପ୍ରଥମ) ର ସଭାପତି ବି ଗୋପାଳ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାମନ୍ତରା, ମନୋଜ କୁମାର ଚୌଧୁରୀ, ଟି ସୁଦର୍ଶନ ପାତ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.