ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ମହାନଗର ନିଗମ ଅନ୍ତର୍ଗତ ୧ ନମ୍ବର ୱାର୍ଡର ସେହ୍ନାପାଲି ଠାରେ ଆଜି ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଛି ।ସମ୍ମାନ ରକ୍ଷା,ସ୍ୱାସ୍ଥ୍ୟ,ପରିମଳ,ସୁରକ୍ଷା ଓ ସମୟର ବିନିଯୋଗ ପାଇଁ ପାଇଖାନା ବହୁ ଗୁରୁତ୍ୱପୁର୍ଣ୍ଣ ବୋଲି ଆୟୋଜିତ ସଭାରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ ।ୟୁଏମଏଚୟୁ ପକ୍ଷରୁ ଆୟୋଜିତ ସଭାରେ ଡାକ୍ତର ରାଜାରାମ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଏଏନଏମ ନିବେଦିତା ପାଣ୍ଡେ ପାଇଖାନା ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଉପକାରିତା ଉପରେ କହିଥିଲେ ।ସଭାରେ ମହାନଗର ନିଗମ ପରିମଳ ବିଭାଗର ଯୋଜନା ସହକାରୀ ଆଭା ମହାପାତ୍ର , ପରିମଳ ମୁଖ୍ୟ ପ୍ରଭାସିନି ମଲ୍ଲିକ ଅତିଥି ରୂପେ ଯୋଗ ଦେଇ ପାଇଖାନା ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଅନିଲ କୁମାର ଭୋଇ ଓ ଅଙ୍ଗନୱାଡି କର୍ମୀ ମଞ୍ଜୁ ରାଉତଙ୍କ ପରିଚାଳନାରେ ସସ୍ମିତା ବଘାର,ଯୁଗେଶ୍ରୀ ଭୋଇ,ଯମ୍ବୋବତୀ ତରିଆ,ସୁଭଦ୍ରା ତରିଆ,ସତ୍ୟଭାମା ଭୁଏ,ମାନସୀ ତରିଆ,ବନିତା ପାଣ୍ଡେ,ଜୀବକାନ୍ତି ଖଡିଆ,ନନ୍ଦିନୀ ଭୋସାଗର,ବବି ବାରିକ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.