ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ରେ ଦେଓଗାଁ ବିଡିଓ, ଷ୍ଟାପ।

0

ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ଦେଓଗାଁ ବ୍ଲକ ଅଫିସ କାର୍ଯ୍ୟାଳୟ ରେ ଦୁର୍ବୁତ୍ତ ଙ୍କ ଅଶାଳୀନ ବ୍ୟବହାର କୁ ନେଇ ଖୋଦ୍ ଧାରଣ ରେ ବସିଛନ୍ତି ଖୋଦ୍ ବି. ଡି. ଓ ଓ ବ୍ଲକ ଷ୍ଟାପ। ସୂଚନା ଅନୁଯାୟୀ ଗତକାଲି ତା ୧୭.୧୦.୨୦୨୦ ଦିନ ଦୁଇଟା ସମୟରେ ଜଣେ ଅଜଣା ବ୍ଯକ୍ତି ବ୍ଲକ ଅଫିସ କୁ ଆସି ବ୍ଲକ କର୍ମଚାରୀ ମାନଙ୍କୁ  ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ।  ଏନେଇ ବି.ଡି.ଓ ଶ୍ରୀ ରୂଦ୍ର ପ୍ରସାଦ ସୁନା ଫୋନ ମାଧ୍ୟମରେ ପୋଲିସ କୁ ଜଣାଇଥିଲେ। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।  ଆଜି ବିଡିଓ ସହିତ ବ୍ଲକ ର ସମସ୍ତ କର୍ମଚାରୀ  ପ୍ରତିବାଦ ପାଇଁ ଅଫିସ ସମ୍ମୁଖରେ ଗଣଧାରଣା ରେ ବସିଥିବାଥିଲେ। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଓ ବ୍ଲକ ଷ୍ଟାପ କୁ ସୁରକ୍ଷା ଦିଆନଯିବ ସେ ପର୍ଯ୍ଯନ୍ତ ଧାରଣା ରେ ରହିବେ ବୋଲି ଦାବି କରାଯାଇଛି।

Leave A Reply

Your email address will not be published.