ନାଟ୍ୟ ମହାରଥୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପରଲୋକ l

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-   ବରିଷ୍ଠ ଆଇନଜୀବୀ ତଥା ନାଟ୍ୟ ମହାରଥୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କର ୮୨  ବର୍ଷ ବୟସ ରେ  କୋଭିଡ଼ ୧୯ ରେ ଆଜି ପରଲୋକ ହୋଇଯାଇଛି l ୧୯୫୩ ମସିହା ରୁ  ନାଟକ ସହ ଜଡିତ  ହୋଇ ଆଜିଯାଏ ନାଟକ କରିଚାଲିଥିଲେ l  ସ୍ଥାନୀୟ ସ୍ୱର୍ଗଦ୍ୱାର ରେ ଆଜି  ତାଙ୍କର ଶେଷ କୃତ୍ୟ  ସମ୍ପନ୍ନ କରାଯାଇଛି l ଏହି ପରିପେକ୍ଷି ରେ ସ୍ୱର୍ଗଦ୍ୱାର ରାଜଘାଟ ଠାରେ ଉପସ୍ଥିତ ରହି ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଭବାନୀ ଶଙ୍କର ଦାସ, ସୁରୁବାବୁ ମେହେର, ସନ୍ତୋଷ ଦାସ, ଅଶୋକ ପ୍ରଧାନ, ବ୍ରଜେନ୍ଦ୍ର ନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ଅଶୋକ ମିଶ୍ର, ଚିତ୍ରସେନ ମିଶ୍ର, ଉତ୍ତମ ବେହେରା, ସତ୍ୟନାରାୟଣ ଠାକୁର, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ଶିବ ନାରାୟଣ ପାଣିଗ୍ରାହୀ, ପ୍ରିୟ ରଞ୍ଜନ ବାବୁ ତଥା ତାଙ୍କର ପରିବାର ଓ ବନ୍ଧୁ ବର୍ଗ ଶେଷ ଦର୍ଶନ କରିଥିଲେ l ତାଙ୍କର ବଡ ପୁଅ ସଂଜୀବ କୁମାର ପଣ୍ଡା  ମୁଖାଗ୍ନି ଦେଇଥିଲେ l ନାଟ୍ୟଜଗତ ର ଏହି ମହାନ ତାରକା ଙ୍କ ପରଲୋକରେ ସାରା ଓଡ଼ିଶାର ନାଟ୍ୟପ୍ରେମୀ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.