ଝାରସୁଗୁଡ଼ା :(ସୁଭାଷ ସହାରେ) :ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଚାଇଲ୍ଡଲାଇନ ସହ ବନ୍ଧୁତା’ ରଥ ଝାରସୁଗୁଡ଼ା ପୌରପାଳିକା ତଥା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ଏହି ରଥ ଝାରସୁଗୁଡ଼ାର ରେଲୱେ କଲୋନୀରେ ପହଞ୍ଚିଥିଲା । ଚାଇଲ୍ଡଲାଇନ ସଦସ୍ୟା ଟିକେଶ୍ବରୀ ପଟେଲ ରଥକୁ ସ୍ବାଗତ ଜଣାଇଥିବା ବେଳେ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଲୋକଙ୍କୁ ଏହାର ଉଦ୍ଦେଶ୍ୟ ଓ ଶିଶୁ ଅଧିକାର ତଥା ସୁରକ୍ଷା ବିଷୟରେ ଧାରଣା ଦେଇଥିଲେ। ଏହି ଅବସରରେ ଶିଶୁମାନଙ୍କ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ପି. ରିୟା, ଗୌତମୀ ଶାସନୀ ଓ ଲୋପାମୁଦ୍ରା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ପୁଷ୍ପା ତନ୍ତୀ, ଯଶମତୀ ନିଖଣ୍ଡିଆ, ଆଶା କର୍ମୀ ଏନ. ଶାନ୍ତିଲତା ସିଂହ, ଅଙ୍ଗନୱାଡ଼ି ସହାୟିକା କୁମୁଦିନୀ ରଣବିଡ଼ା ଏବଂ ଆକାଂକ୍ଷା ନାଏକ ପ୍ରଭୃତି ଉପସ୍ଥିତ ଥିଲେ। ଚାଇଲ୍ଡଲାଇନ ସଦସ୍ୟ କୁଲଦୀପ ପଟେଲ, ଶୁଭଶ୍ରୀ ସାହୁ,ଉର୍ମିଳା ପଟେଲ,ଅଧିକାରୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.