ରୋଗରେ ଯାଉଛି ବହୁମୂଲ୍ୟ ଜୀବନ : ଖାଲି ସରକାରୀ ପ୍ରତିଶ୍ରୁତି, ହେଲେ ଆନ୍ତରିକତା ଶୂନ

0

ବରଗଡ଼ରେ ତେଜୁଛି କ୍ୟାନ୍ସର ହସ୍ପିଟାଲ ଦାବି : ସରକାରଙ୍କୁ କଠୋର ଚେତାବନୀ

ବରଗଡ :- ବରଗଡ଼ ଜିଲ୍ଲା ରାଜ୍ୟର ଭାତହାଣ୍ଡି ଏକଥା ଯେତିକି ସତ ବର୍ତମାନ ସମୟରେ ବରଗଡ଼ ଜିଲ୍ଲା ରାଜ୍ୟର କ୍ୟାନ୍ସର ରାଜଧାନୀ ଏହା ମଧ୍ୟ ଏକ କଟୁ ସତ୍ୟ । ବରଗଡ଼ ଜିଲ୍ଲାରେ ରହିଛନ୍ତି ଅନେକ କେଂସର ପେସେଣ୍ଟ । ସଠିକ ଚିକିତ୍ସା ଅଭାବରୁ ଏହି ରୋଗରେ ଚାଲିଯାଉଛି ଅନେକ ବହୁମୂଲ୍ୟ ଜୀବନ । ବାରମ୍ବାର ବରଗଡ଼ ରେ ଏକ କ୍ୟାନ୍ସର ହସ୍ପିଟାଲ ପାଇଁ ଦାବି କରି ଆସୁଛନ୍ତି ଜିଲ୍ଲା ବାସୀ ହେଲେ କେବଳ ପ୍ରତିଶ୍ରୁତି ବ୍ୟତୀତ ଆଜି ପର୍ଯ୍ୟନ୍ତ ହସ୍ପିଟାଲର ଦେଖା ନାହିଁ । ମଙ୍ଗଳବାରରୁ କୋସଲ ସେନାର କର୍ମୀ ମାନେ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ ପକ୍ଷରୁ ଚେତାବନୀ ଶୋଭାଯାତ୍ରା ହୋଇଛି। ଏହି କ୍ରମରେ ଉକ୍ତ ସଂଗଠନ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମୀ ସ୍ଥାନୀୟ ମା ଶ୍ୟାମାକାଳୀ ମନ୍ଦିର ଛକରେ ସମବେତ ହୋଇଥିଲେ। ସେଠାରୁ ଚେତାବନୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହିତ ଜିଲାପାଳ ଅଫିସକୁ ପହଞ୍ଚିଥିଲେ। ଜିଲାପାଳ ଅଫିସ ଆସିବା ବାଟରେ କୋସଲ ସେନାର  ଅନଶନକୁ ସମର୍ଥନ କରିଥିଲେ ।

Leave A Reply

Your email address will not be published.