ସଂସାର ଉଚ୍ଛନ୍ନ ହେଇଗଲାଣି, ସରକାର କରନ୍ତୁ ସୁଵିଚାର

0 1

ବିବାହ, ବ୍ରତ ଓ ସାଂସ୍କୃତିକ ଉତ୍ସବରେ ବାଜା , ଟେଣ୍ଟ୍ ଓ ଲାଇଟ୍ ର ବ୍ୟବହାର ପାଇଁ ଅନୁମତି ସକାଶେ ଉପଜିଲ୍ଲପାଳ ଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଟେଣ୍ଟ୍ ମାଲିକ ସଂଘ।

ଟିଟିଲାଗଡ, (ଗୌରବ ଦର୍ଜୀ)- ଚଲିତ ବର୍ଷ ମାର୍ଚ୍ଚ ମାସ ୨୦୨୦ ରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ବରେ ମହାମାରୀ ହୋଇଥିବା ଯୋଗୁ ସରକାରଙ୍କ କୋବିଡ୍-୧୯ ର ସମସ୍ତ ନିୟମ ମାନି ବାଜା ଓ ସାଉଣ୍ଡ ସଂଘର ସବୁ ମାଲିକ ମାନେ ନିଜ ନିଜର ବ୍ୟବସାୟକୁ ବନ୍ଦ କରିଛନ୍ତି । ଯାହା ଦ୍ବାରା ସେମାନେ ଦୀର୍ଘ ୯ ମାସ ହେଲା ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମଖୁନ ହୋଇ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଲେଣି । ମାଲିକ ମାନେ ଓ କର୍ମଚାରୀ ମାନଙ୍କର ପରିବାର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଏଣୁ ଅଧିକାଂଶ ମାଲିକ ମାନେ ବଜା ଓ ସାଉଣ୍ଡର ଯନ୍ତ୍ରପାତି ପାଇଁ କରିଥିବା ବ୍ୟାଙ୍କ ଋଣ ସହିତ ଗାଡିର କିସ୍ତି ଟଙ୍କା କିପରି ପରିଶୋଧ କରିବେ ତାହା ନେଇ ଚିନ୍ତିତ।  ସେମାନଙ୍କ ପାଖରେ ଅନେକ ଶ୍ରମିକ ମାନେ କାମ କରି ତାଙ୍କ ପରିବାର ଭରଣ ପୋଷଣ କରୁଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କ ବ୍ୟବସାୟ ବନ୍ଦ ଥିବାରୁ ତାଙ୍କ ପାଖରେ କାମ କରୁଥିବା ଶ୍ରମିକ ମାନେ ଜୀବିକା ହରାଇ ଦୟନିୟ ଅବସ୍ଥାରେ ଦିନ କାଟୁଛନ୍ତି ।  ଧିରେ ଧିରେ ଦୋକାନ ବଜାର ବିଭିନ୍ନ ଫେକ୍ଟରୀ , ସପିଙ୍ଗ ମହଲ , ରେଷ୍ଟ୍ରଣ୍ଟ୍ , ମଦ ଦୋକାନ , ଗାଡି ମୋଟର ଏପରି ଅନେକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ଖୋଲିସାରିଲାଣି । ଏପରି କି ବିବାହ କାର୍ଯ୍ୟ ଓ ପର୍ବପର୍ବାଣୀ ମଧ୍ୟ ଅନୁଷ୍ଠିତ ହେଉଛି । ଆର୍ଥିକ କ୍ଷତି ସହିଥିବା ବ୍ୟବସାୟୀକ ସଂସ୍ଥା ତଥା ବିଭିନ୍ନ ଅନୁଷ୍ଠାନ କୁ ସରକାର ଆର୍ଥିକ ସହାୟତା ଦେଇ ଉପକୃତ କରାଉଛନ୍ତି । କିନ୍ତୁ ବାଜା ଓ ସାଉଣ୍ଡ ସଂସ୍ଥା କୁ ଅଣଦେଖା କରାଯାଉଛି ବୋଲି ଟିଟିଲାଗଡ ବାଜା ଓ ସାଉଣ୍ଡ  ମାଲିକ ସଂଘ ଅଭିଯୋଗ କରିଛନ୍ତି।  ଏମାନଙ୍କ ର ବ୍ୟବସାୟ ଋତୁକାଳୀନ।  କେବଳ ବାହାଘର ଏବଂ ପର୍ବ ପର୍ବାଣି ଉପରେ ନିର୍ଭରଶୀଳ । ଏଣୁ ଟିଟିଲାଗଡ ବଜା ଓ ସାଉଣ୍ଡ ମାଲିକ ସଂଘ ତଥା କର୍ମଚାରି ମାନେ ସଭାପତି ଶ୍ରୀମନ ଜାଲ, ଉପ ସଭାପତି ବିଜୟ କପାଟ ଙ୍କ ନେତୃତ୍ୱ ରେ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରି ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ପୂର୍ବକ ସରକାରୀ ସ୍ତରରେ ଲାଗିଥିବା କଟକଣାକୁ ପ୍ରତିହାର କରି ତାଙ୍କ ବ୍ୟବସାୟ କାର୍ଯ୍ୟ ତୁଲାଇବା ପାଇଁ ଅନୁମତି ପ୍ରଦାନ କଲେ ବାଜା ଓ ସାଉଣ୍ଡ ଓ ଟେଣ୍ଟ୍ ମାଲିକ ସଂଘ ସରକାର ଙ୍କୁ ସାଧୁବାଦ ଦେବେ ବୋଲି କହିଛନ୍ତି।

Leave A Reply

Your email address will not be published.