ସବାସ ପ୍ରଦୀପ,  ତୁମ ମଣିଷପଣିଆ ପାଇଁ 

0 1

 ହରଭଙ୍ଗା/ପ୍ରତାପ ମେହେର: ରାସ୍ତାରୁ ଶିଶୁର ମୃତ ଦେହକୁ କାରରେ ନେଇ ଘରେ ଛାଡି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ  ଜିଲା ହରଭଙ୍ଗା ବ୍ଲକରେ। ଉକ୍ତ ଯୁବକ ଜଣକ ହେଲେ ପୁରୁଣା କଟକର ପ୍ରଦୀପ କୁମାର ଛତ୍ରିଆ।

ସୂଚନାଯୋଗ୍ୟ, ବ୍ଲକର ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ ଗ୍ରାମର ବାସିନ୍ଦା ଶେଷଦେବ ପ୍ରଧାନଙ୍କ ୭ ବର୍ଷର ପୁଅ ରାଜେନ୍ଦ୍ରର ପେଟ ରୋଗ ସମସ୍ୟା ଥିଲା। ଏ ନେଇ ପରିବାର ଲୋକେ ତାଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଧରି ପରିବାର ଲୋକେ ଘରକୁ ଚାଲିଚାଲି ଯାଉଥିବା ଦେଖି ପ୍ରଦୀପ କାରରେ ତାଙ୍କୁ ନେଇ ଗ୍ରାମରେ ଛାଡିଥିଲେ l ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛିl

Leave A Reply

Your email address will not be published.