ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0

ମେଲଛାମୁଣ୍ଡା(ମନୋଜ ଭୋଇ) – ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେହେରାପାଲି ଉନ୍ନତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମେହେରଙ୍କ ଚାକିରୀ ଜୀବନରୁ ଅବ୍ୟାହତୀ ଅବସରରେ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସ୍କୁଲର ପରିଚାଲନା କମିଟି ଚେୟାରମେନ ତହସିଲ ବିଶ୍ୱାଲଙ୍କ ସଭାପତିତ୍ୱରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ମେହେରଙ୍କ ସମେତ ବରିଷ୍ଠ ଶିକ୍ଷକ ଯୋଗେନ୍ଦ୍ର ସାହୁ, ଯୋଗେଶ୍ୱର ମେହେର ଓ ପ୍ରମୋଦ କୁମାର ଚୌହାନ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ମଂଚାସିନ ଥିଲେ । ଆମନ୍ତ୍ରୀତ ଅତିଥି ଗଣ ଶ୍ରୀ ମେହେରଙ୍କ ଭିତରେ ଥିବା ଅର୍ନ୍ତନିହିତ ଗୁଣସବୁ ଯଥା- ଛାତ୍ରବତ୍ସଲ, ମିଷ୍ଟଭାଷୀ, କର୍ତବ୍ୟ ନିଷ୍ଠା, ସହନଶୀଳତା, ଧର୍ଯ୍ୟ ଓ ସମୟାନୁବର୍ତିତାର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ସଭାରେ ଉପସ୍ଥିତ ସ୍କୁଲର ଦରଓାର ସିଂ ବରିହା, ସୁଚୁସ୍ମିତା ପୃଷ୍ଟି, ସୁଚରିତା ଜେନା, ସବିତା ମେହେର, ବିରେନ୍ଦ୍ର ପାତ୍ର ଓ କିଶୋର ପଟେଲ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି, ବୁଦ୍ଧିଜୀବି ଓ ଗ୍ରାମବାସୀ ସଭାପରେ ଶ୍ରୀ ମେହେରଙ୍କୁ ନିରାଡମ୍ବର ଶୋଭାଯାତ୍ରରେ ନିଜ ଗ୍ରାମ ବାଟର୍ତେମା ପର୍ଯ୍ୟନ୍ତ ପାଛୋଟି ଆଣଥିଲେ । ପୂର୍ବରୁ ଘରେ ଅପେକ୍ଷାରତ ଥିବା ଶ୍ରୀ ମେହେରଙ୍କ ପତ୍ନୀ, ଦୁଇ ପୁଅ ଏବଂ ଅନ୍ୟ ପରିବାର ବର୍ଗ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରକାଶ ଯୋଗ୍ୟ ଯେ ଶ୍ରୀ ମେହେର ୧୯୮୪ ମସିହାରେ ଘଂଚ ଜଙ୍ଗଲ ଭରା ଝାରବନ୍ଧ ବ୍ଳକର ଡଭାରେ ଗ୍ରାମ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ସୋହେଲା ବ୍ଳକ ବେହେରାପାଲି ୟୁଜିଏଚଏସରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଅନେକ ବିଦ୍ୟାଳୟରେ ଶିକ୍ଷା ଦାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ଛାତ୍ରଛାତ୍ରୀମାନେ ବର୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ଉଚ୍ଚ ପଦ ପଦବୀରେ ନିଯୁକ୍ତ ଅଛନ୍ତି । 

 

 

 

 

 

 

 

 

Leave A Reply

Your email address will not be published.