ପି.ଆର.ହାଇସ୍କୁଲ ଷ୍ଟଡିୟମ ଓ କଲ୍ୟାଣ ମଣ୍ଡପ କାର୍ଯ୍ୟ ନିରୀକ୍ଷଣ କଲେ ନରସିଂହ

0

ବଲାଙ୍ଗିର(ନିରୋଜ ମିଶ୍ର)-ସହର ମଧ୍ୟରେ ଚାଲିଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା ପୃଥ୍ୱୀରାଜ ହାଇସ୍କୁଲ ଷ୍ଟଡିୟମ, ଇନ୍ଡୋର ବ୍ୟାଡମିଣ୍ଟନ ଷ୍ଟଡିୟମ ଏବଂ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ କାର୍ଯ୍ୟ ଅଗ୍ରଗତି ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ ସ୍ଥାନକୁ ପରିଦର୍ଶନରେ ଯାଇଥିଲେ । ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ପହଂଚି  ଆଉଟଡୋର ଷ୍ଟାଡିୟମ କାମର ପଡିଆ ସମତୁଲ କରିବା ତଥା ପଡିଆରେ ମାଟି ପକାଇବା ସହ ସବୁ ରୁତୁରେ ପଡିଆର ଜଳ ଯେପରି ଠିକ୍ ହିସାବରେ ନିଷ୍କାସନ ହୋଇପାରିବ ସେ ଉପରେ ନିର୍ମାଣ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଯେତେ ଶିଘ୍ର ହେବ ପଡିଆରେ ପଡିଥିବା ନିର୍ମାଣ ଜନିତ ବର୍ଜ୍ୟବସ୍ତୁ ଖାଲି କରି ପଡିଆ ସମତୁଲ କରିବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ  ଦେଇଥିଲେ । ନିର୍ମାଣଧିନ ବ୍ୟାଡମିଣ୍ଟନ ଇନ୍ଡୋର ଷ୍ଟଡିୟମର ସୁରକ୍ଷା ପାଇଁ ପଡିଆ ଚାରିପଟେ ଚାଲିଥିବା ପାଚେରୀ ନିର୍ମାଣର ମନ୍ଥରତାକୁ ନେଇ ଶ୍ରୀ ମିଶ୍ର ଅସନ୍ତୋଷବ୍ୟକ୍ତ କରିବା ସହ ଯେତେ ଶିଘ୍ର ହେବ ପଡିଆର ଦକ୍ଷିଣପଟେ ଥିବା ଛାତ୍ରବାସ କଡରୁ ପାଚେରୀ ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଥିଲେ । ପରେ ଇନ୍ଡୋର ଷ୍ଟଡିୟମର ମୁଖ୍ୟ ହଲ୍ ତଥା ପ୍ରଶାସନିକ କୋଠାର କାର୍ଯ୍ୟ ତଦାରଖ କରିବା ସହ କାମର ମାନ ଠିକ୍ ଅଛି କି ନାହିଁ ପଚାରି ବୁଝିଥିଲେ । ମହାଲକ୍ଷ୍ମୀନଗର ସ୍ଥିତ କଲ୍ୟାଣ ମଣ୍ଡପ ସ୍ଥାନରେ ପହଞ୍ଚô ନିର୍ମାଣକାରୀ ସଂସ୍ଥା କଲ୍ୟାଣ ମଣ୍ଡପ କାମ ଆହୁରି ଶିଘ୍ର ସାରୁ ବୋଲି କହିବା ସହ କଲ୍ୟାଣ ମଣ୍ଡପ ଉପରେ ଥିବା ହଲ୍ ଏବଂ ପଡିଆ କାମ ନିରିକ୍ଷଣ କରିଥିଲେ । ୨୦୨୧ରେ ଯେପରି କଲ୍ୟାଣ ମଣ୍ଡପରେ ଯେପରି ବଲାଙ୍ଗିରବାସୀ ନିଜ ନିଜର ସାମାଜିକ କାର୍ଯ୍ୟ କରି ପାରିବେ ତାହାକୁ ଆଖି ଆଗରେ ରଖି କାମ ଶିଘ୍ର ସମାପ୍ତ କରିବା ପାଇଁ ଆଲୋଚନା ହୋଇଥିଲା ।

 

 

 

 

 

 

 

 

 

Leave A Reply

Your email address will not be published.